ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶ ଏବେ କରୋନା ଭାଇରସ୍ ସହିତ ଏକ ପ୍ରକାର ଯୁଦ୍ଧ ଲଢୁଛି। ଏହାରି ମଧ୍ୟରେ କିନ୍ତୁ ଉତ୍ତରାଖଣ୍ଡରୁ କିଛି ଭୟଙ୍କର ଚିତ୍ର ସାମନାକୁ ଆସୁଛି। ଗତ ୪ ଦିନ ଧରି ଏଠାକାର ଜଙ୍ଗଲରେ ଭୀଷଣ ନିଆଁ ଲାଗି ସବୁକିଛି ଛାରଖାର୍ ହେବାରେ ଲାଗିଛି। ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନିଆଁ ଆୟତ୍ତାଧୀନ ହୋଇପାରିନାହିଁ।
ଭୀଷଣ ଗରମ ଓ ତାପମାତ୍ରା ବୃଦ୍ଧି ଘଟିବା କାରଣରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଯାହା ଫଳରେ ପ୍ରାୟ ୭୧ ହେକ୍ଟର ଜମି ପୂରାପୂରି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।  ସୋସିଆଲ୍ ମିଡିଆରେ ମଧ୍ୟ ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟୁଇଟରରେ #saveTheHimalayas ବର୍ତ୍ତମାନ ଟ୍ରେଣ୍ଡ୍ କରିବାରେ ଲାଗିଛି।

ଏଥିସହ ବିଭିନ୍ନ ଲୋକମାନେ ଏହା ସାହାଯ୍ୟରେ ଜଙ୍ଗଲ ଜଳୁଥିବାର ଅନେକ ଫଟୋ ସେଆର୍ କରିଛନ୍ତି। ସେଠାରେ ଭୟଙ୍କର ଭାବରେ ନିଆଁ ଲାଗିଥିବା ଫଟୋରୁ ଦେଖିବାକୁ ମିଳୁଛି। ଏହାଫଳରେ ଜୀବଜନ୍ତୁମାନେ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି କୁହାଯାଉଛି।

Comment