ଓଡ଼ିଶାଲାଇଭ୍ ବ୍ୟୁରୋ  

SLNMCH logo

କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜି ଆଣ୍ଡ୍ ହସ୍ପିଟାଲ୍ (SLNMCH) ଅଧିନରେ ଆଟେଣ୍ଡାଣ୍ଟ୍, ଲାବୋରେଟୋରୀ ଆଟେଣ୍ଡାଣ୍ଟ୍ ଏବଂ ପିଅନ ପଦବୀରେ ନିଯୁ୍କ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ମାସ ୬ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ପଦବୀ:

  • ଆଟେଣ୍ଡାଣ୍ଟ୍- ୩୦ଟି ପଦବୀ
  • ଲାବେରୋଟାରୀ ଆଟେଣ୍ଡାଣ୍ଟ୍ସ୍- ୨୦ଟି ପଦବୀ
  • ପିଅନ- ୮ଟି ପଦବୀ

ଯୋଗ୍ୟତା- ପ୍ରାର୍ଥୀ ଅତିକମରେ ସପ୍ତମ ଶ୍ରେଣୀ ପାସ୍ କରିଥିବେ। ଓଡ଼ିଆ ଭାଷା ପଢ଼ି, ଲେଖି ଏବଂ କହି ପାରୁଥିବେ। H & FW ବିଭାଗ ଅଧିନରେ କାର୍ଯ୍ୟରତ ଆଟେଣ୍ଡାଣ୍ଟମାନେ (୪୫ବର୍ଷରୁ କମ) ଆବେଦନ କରିପାରିବେ।

ବୟସ ସୀମା– ୨୧ରୁ ୩୨ ବର୍ଷ ମଧ୍ୟରେ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)

ଦରମା- ୮୦୭୦ଟଙ୍କା

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ୍ସ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ ପହଞ୍ଚାଇବାକୁ କୁହାଯାଇଛି।

ଠିକଣା- ଅପିସ୍ ଅଫ୍ ଦି ଡିନ୍ ଆଣ୍ଡ୍ ପ୍ରିନ୍ସିପାଲ୍, SLNMCH, କୋରାପୁଟ, ଜାନିଗୁଡ଼ା, ପୋ/ପି.ଏସ୍/ଜିଲ୍ଲା-କୋରାପୁଟ, ପିନ୍- 764020

ଅଧିକ ସୂଚନା ପାଇଁ koraput.nic.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment