ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଅକୁ ହତ୍ୟା କରି ବାଡ଼ି ପଛ ପଟେ ମୃତଦେହକୁ ପୋତି ଦେଇଛି ବାପା। ଏଭଳି ଏକ ଅମାନବୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଗୁରୁଡିଝାଟିଆ ଅନ୍ତର୍ଗତ ଗୋବରା ଗାଁରେ। ଗତ ସପ୍ତାହେ ତଳେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସର ଜେରା ପରେ ସତ ମାନିଛି ହତ୍ୟାକାରୀ ବାପା।

ଗତ କିଛି ଦିନ ହେବ ମୃତକ ଯୁବକଙ୍କୁ ଗାଁ ଲୋକ ଦେଖିବାକୁ ପାଉ ନଥିଲେ। ତାଙ୍କ ପରିବାରକୁ ପଚାରିଥିଲେ ମଧ୍ୟ ସେମାନେ ଠିକ ଭାବେ କିଛି କହୁନଥିଲେ। ଏହି ଘଟଣାକୁ ନେଇ ସନ୍ଦେହ ହେବାରୁ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଖବର ପାଇବା ପରେ ଏନେଇ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା। ପରେ ପୁଅକୁ ହତ୍ୟା କରିଥିବା ନେଇ ବାପା ସ୍ଵୀକାର କରିଛି। ପୁଅକୁ ହତ୍ୟା କରିବା ପରେ ବାଡ଼ି ପଛ ପଟେ ମୃତଦେହକୁ ପୋତି ଥିବା ପୋଲିସ ଆଗରେ କହିଛି ହତ୍ୟାକାରୀ ବାପା। ପରେ ପୋଲିସ ମୃତଦେହକୁ ଠାବ କରି ଅଧିକ ଖୋଳତାଡ଼ କରୁଛି।

ମୃତକ ଯୁବକ ଜଣକ ଜଣେ ମଦ୍ୟପ ଥିଲେ। ସବୁଦିନ ମଦ ପିଇ ଘରେ ଅସନ୍ତୋଷ ସୃଷ୍ଟି କରୁଥିବାରୁ କିଛି ଦିନ ତଳେ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ଏଭଳି ବ୍ୟବହାରରେ ବିରକ୍ତ ହୋଯାଇଥିଲେ ଘର ଲୋକେ। ତେଣୁ ଏହି କାର୍ଯ୍ୟକଳାପ ଯୋଗୁଁ ତାଙ୍କ ବାପା ତାଙ୍କୁ ହତ୍ୟା କରିଥିବା କଥା କହିଛନ୍ତି।

Comment