ଓଡ଼ିଶାଲାଇଭ୍ ବ୍ୟୁରୋ

ତାଇୱାନକୁ ଯୁଦ୍ଧର ଧମକ ଦେଲା ଚୀନ୍। ଯଦି ଶାନ୍ତିପୂର୍ବକ ତାଇୱାନ ଚୀନ ସହ ନମିଶେ ତେବେ ତା’ଉପରେ ଆକ୍ରମଣ କରିବାକୁ ଚୀନ ଧମକ ଦେଇଛି।

ଶୁକ୍ରବାରଲ ଚୀନର ସାମରିକ ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଜୁଆଚେଙ୍ଗ୍ ବେଜିଂର ଦ ଗ୍ରେଟ୍ ହଲ୍ ଅଫ୍ ଦ ପବ୍ଲିକରେ କହିଛନ୍ତି ଯେ, ଯଦି ତାଇୱାନର ସ୍ୱାଧୀନତା ରୋକିବାକୁ ଅନ୍ୟ କୌଣସି ରାସ୍ତା ନମିଳେ ତେବେ ଶେଷରେ ଚୀନ ତା ଉପରେ ଆକ୍ରମଣ କରିବ। ଯେଉଁଥିରେ ବିଚ୍ଛିନତାବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସୁରକ୍ଷା ବଳ ବ୍ୟବହାର କରିବେନି ବୋଲି ଶପଥ କରିପାରିବେନି। କିନ୍ତୁ ତାଇୱାନରେ ସ୍ଥିତିକୁ କାବୁ କରିବାକୁ ସେ ସମସ୍ତ ବିକଳ୍ପ ପନ୍ଥା ଆପଣେଇବେ ବୋଲି ସେ କହିଛନ୍ତି। ଏହା ପଛର କାରଣ ହେଲା ତାଇୱାନ ଦ୍ୱୀପଟି ଚୀନଠାରୁ ସ୍ୱତନ୍ତ୍ର ରହିଥିଲେ ମଧ୍ୟ ଏହା ଉପରେ ଚୀନ୍ ସବୁବେଳେ ଅଧିକାର ଜାହିର କରିଥାଏ। ଏପରିକି ଏହା ପୂର୍ବରୁ ଚୀନ ବହୁବାର କହିଛି ଯେ, ଯଦି ଆବଶ୍ୟକ ପଡ଼େ ତେବେ ବଳପୂର୍ବକ ସେ ତାଇୱାନକୁ ନିଜ ଅଧିନକୁ ନେଇଯିବ।

ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଇୱାନକୁ ୧୮ କୋଟି ଡଲାରର ଉନ୍ନତମାନର କ୍ଷେପଣାସ୍ତ୍ର ଦେବାକୁ ଆମେରିକା କଂଗ୍ରେସକୁ ଅନୁମିତ ପ୍ରଦାନ କରିବା ପରେ ଏହି କଥା ପୁଣି ଚର୍ଚ୍ଚାକୁ ଆସିଛି। ଫଳରେ ଚୀନ ତାଇୱାନର ସ୍ୱାଧୀନତା ରୋକିବା ପାଇଁ ତା ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି।

Comment