ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀରରେ ଆଖି ଏକ ସମ୍ବେଦନଶୀଳ ଅଙ୍ଗ। ଏଣୁ ଏହାର ଯତ୍ନ ନେବା ସମସ୍ତଙ୍କ ପାଇଁ ଗୁରୁତ୍ଵପୁର୍ଣ୍ଣ। ଆଖିକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ସବୁଦିନେ ସକାଳୁ ଉଠି ହାଲ୍‌କା ଥଣ୍ଡା ପାଣିରେ ଭଲ ଭାବେ ଧୁଅନ୍ତୁ। ସବୁବେଳେ ସୂତା କପଡ଼ାରେ ହିଁ ଆଖି ପୋଛନ୍ତୁ।

-ସକାଳୁ ଉଠିବା ପରେ ବା ଦିନର ଯେକୌଣସି ଏକ ସମୟରେ ଆଖିର ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। କିଛି ନ ହେଲେ ଡୋଳାକୁ ଏପଟସେପଟ ବୁଲାଇଲେ ବି ଆପଣ ଆରାମ ପାଇବେ।

-ସକାଳୁ ଉଠି କିଛି ସମୟ ସବୁଜ ଘାସ ଗାଲିଚା, ପଡ଼ିଆ ବା ଗଛଲତାକୁ ନୀରିକ୍ଷଣ କରନ୍ତୁ। ଏହାଦ୍ୱାରା ଆଖିର ଶକ୍ତି ବୃଦ୍ଧି ପାଇଥାଏ ବୋଲି କୁହାଯାଏ।

-ଅତି ପାଖରୁ ଟିଭି ଦେଖନ୍ତୁ ନାହିଁ। କିମ୍ବା କମ୍ପ୍ୟୁଟରରେ କାମ କରନ୍ତୁ ନାହିଁ। ଆଖିଠାରୁ ସେଗୁଡ଼ିକର ଯଥେଷ୍ଟ ଦୂରତା ରଖନ୍ତୁ।

-ପ୍ରତିଦିନ ଆଖିବୁଜି କିଛି ସମୟ ଯୋଗ ବା ଧ୍ୟାନ କରନ୍ତୁ। ଆବଶ୍ୟକ ପଡ଼ିଲେ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ ।

-ଆଖିରେ କୌଣସି ସମସ୍ୟା ଯେପରିକି ମୋତିଆବିନ୍ଦୁ ହୋଇଥିଲେ ତାକୁ ତୁରନ୍ତ ଅସ୍ତ୍ରୋପଚାର କରାଇ ନିଅନ୍ତୁ ।

-ଚଷମା ପିନ୍ଧୁଥିଲେ ନିୟମିତ ବ୍ୟବଧାନରେ ଦୃଷ୍ଟିଶକ୍ତି ସଂପର୍କରେ ଯାଞ୍ଚ କରନ୍ତୁ ।

-ଚୂନାମାଛ, ପନିପରିବାକୁ ଖାଦ୍ୟରେ ସାମିଲ କରନ୍ତୁ।

Comment