ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ଆଉ ୧୨୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୯ ଶହ ପାର୍ କରିଛି।
ରବିବାର ଚିହ୍ନଟ ହୋଇଥିବା ୧୨୯ ଜଣ ପଜିଟିଭଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଓ ବାକି ୧୦ ଜଣ ଲୋକାଲ୍ ଲୋକ୍ ବୋଲି ଜଣାପଡ଼ିଛନ୍ତି। ରାଜ୍ୟର ୧୯ଟି ଜିଲ୍ଲାରୁ ଏହି ୧୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କେନ୍ଦ୍ରାପଡ଼ାରୁ ୧୮ ଜଣ, ଗଜପତିରୁ ୧୬,ନୂଆପଡ଼ାରୁ ୧୨, ବଲାଙ୍ଗିରରୁ ୧୧, ଗଞ୍ଜାମ ଓ ଯାଜପୁରରୁ ୧୦ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ଅନ୍ୟ ଜିଲ୍ଲାରୁ ମଧ୍ୟ ଆହୁରି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୯୪୮ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ୧୦୫୦ ଜଣ ସୁସ୍ଥ ଓ ୭ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜ୍ୟରେ ୮୮୯ ଜଣ ସକ୍ରିୟ ସଦସ୍ୟ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।


















