ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ। ଏଥିପାଇଁ ତାଙ୍କ ନାଁକୁ ବିସିସିଆଇ ସୁପାରିସ୍ କରିଛି।

ଏଥିସହିତ ଅର୍ଜୁନ ପୁରସ୍କାର ପାଇଁ ମଧ୍ୟ ଅନ୍ୟ ଓପନର ଶିଖର ଧାୱନ୍, ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ମହିଳା କ୍ରିକେଟର ଦିପ୍ତୀ ଶର୍ମାଙ୍କୁ ନାଁକୁ ସୁପାରିସ୍ କରାଯାଇଛି। କେନ୍ଦ୍ର ସରକାରଙ୍କ  ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ମାନଜନକ ପୁରୁସ୍କାର ପାଇଁ ବିସିସିଆଇକୁ ପ୍ରସ୍ତାବ ମଗାଯାଇଥିଲା। ଏହାପରେ ବିସିସିଆଇ ଏହି ଖେଳାଳିଙ୍କ ନାଁ ସୁପାରିସ୍ କରିଛି।

୨୦୧୬ ଜାନୁଆରୀ ପହିଲାରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ପ୍ରଦର୍ଶନକୁ ଆଧାର କରି ଏହି ପ୍ରସ୍ତାବ ଦିଆଯାଇଛି ବୋଲି ବିସିସିଆଇ କହିଛି। ତେଣୁ ରୋହିତ ଶର୍ମା ଏହା ମଧ୍ୟରେ ସବୁଠୁ ଆଗରେ ରହିଥିଲେ। ବିଶ୍ୱକପରେ ସେ ସର୍ବାଧିକ ଶତକ ଅର୍ଜନ କରିଥିବା ହେତୁ ତାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ଦେବାକୁ ବିସିସିଆଇ ସୁପାରିସ୍ କରିଛି।

Comment