ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ଜିଲ୍ଲା ଚିକିତ୍ସାଳୟ ପରିସରରେ ଅତ୍ୟାଧୁନିକ ଆହାର କେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଛି। ଏହି ଆହାର କେନ୍ଦ୍ରକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ଜିଲ୍ଲାପାଳ ମଧୁ ସୂଦନ ମିଶ୍ର ଉଦ୍‌ଘାଟନ କରିଥିଲେ।

ଗରିବ ଲୋକମାନେ ସୁଲଭ ମୂଲ୍ୟରେ ଖାଦ୍ୟ କିପରି ପାଇ ପାରିବେ ସେଥିପାଇଁ ଆହାର କେନ୍ଦ୍ର ଖୋଲିଛନ୍ତି ରାଜ୍ୟ ସରକାର। ଏହି କେନ୍ଦ୍ର ଅତ୍ୟାଧୁନିକ ସ୍ୱାସ୍ଥ୍ୟ କର ଏବଂ ଶୀତ ତାପ ନିୟନ୍ତ୍ରଣ କକ୍ଷରେ ଖୋଲା ହୋଇଛି। ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଏହି କେନ୍ଦ୍ର ଚାଲୁଛି। ତେଣୁ ଚିକିତ୍ସାଳୟ ପରିସରରେ ୩୧ ଲକ୍ଷ ଟଙ୍କା ବନିମୟରେ ଏହା ନିର୍ମାଣ ହୋଇଛି।

ପ୍ରଥମ ଆହାର କେନ୍ଦ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର କୋଟପାଡ ବିଜ୍ଞାପିତ ପରିଷଦଠାରେ କରାଯାଇଥିବା ବେଳେ ଦ୍ଵିତୀୟଟି ଜୟପୁର ଜିଲ୍ଲା ଚିକିତ୍ସାଳୟରେ ହୋଇଛି। ଆହାର କେନ୍ଦ୍ରଟି ସମ୍ପୂର୍ଣ୍ଣ ଶୀତ ତାପ ନିୟନ୍ତ୍ରଣ ହେବା ସହ ସ୍ୱୟଂ ଚାଳିତ ହାତ ଧୋଇବା ପାଇଁ ସାବୁନ ଫେଣ ଏବଂ ସିସି କ୍ୟାମେରା ମଧ୍ୟ ଲାଗିଛି।

ଛୋଟ ପିଲା ଓ ଭିନ୍ନକ୍ଷମ ବସିକି ଖାଇବାର ବ୍ୟବସ୍ଥା କରାଯାଇଛି। ସ୍ଵଚ୍ଛତାକୁ ଦୃଷ୍ଟିରେ ରଖି ସ୍ୱୟଂ ଚାଳିତ ବାସନ ସଫା କରିବା ମେସିନ ମଧ୍ୟ ଏଠାରେ ଲାଗାଯାଇଛି। ଆହାର ଖାଇବା ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ଏଲଇଡି ଟିଭିର ବ୍ୟବସ୍ଥା ମଧ୍ୟ ଏଠାରେ କରାଯିବ।

ଏହି ଉଦ୍‌ଘାଟନୀ କାଯ୍ୟକ୍ରମରେ ପିଡି ଡିଆରଡିଏ ପ୍ରବିର କୁମାର ନାୟକ, ଉପ ଜିଲ୍ଲାପାଳ ଲୋକନାଥ ଦଳ ବେହେରା, ଜିଲ୍ଲା ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା, ଚିକିତ୍ସାଳୟର ସୁପରିଟେଣ୍ଡ ରାମ ମହାନ୍ତି, ଜିଲ୍ଲା ଚିକିତ୍ସାଳୟର ଡାକ୍ତର ପ୍ରମୁଖ ଉପସ୍ଥିତ ଥିଲେ।

Comment