ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଖରୀରରେ ବୁଡ଼ି ଚାଲିଗଲା ୪ ଜୀବନ। ମୃତକଙ୍କ ମଧ୍ୟରେ ନାବାଳକ ଓ ନାବାଳିକା ରହିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଅନ୍ତର୍ଗତ ବାରବା ସାହିରେ। ପୋଖରୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି।

ମୃତକ ୪ ଜଣ ସଂପର୍କୀୟ ଭାଇ ଭଉଣୀ ଥିଲେ। ଗାଧୋଉଥିବା ବେଳେ କୌଣସି କାରଣରୁ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ। ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପରେ ଢ଼େଙ୍କାନାଳ ହସ୍ପିଟାଲରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଘଟଣା ପରେ ବାରବା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Comment