ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୧୯ ତାରିଖରେ ରାଜ୍ୟସଭାର ୧୮ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। କରୋନା ମହାମାରୀ ଆସିବା ପରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ୧୯ ତାରିଖ ସନ୍ଧ୍ୟାରେ ଭୋଟ ଗଣତି କରାଯିବ ଓ ଫଳ ପ୍ରକାଶ କରାଯିବ।

ଏହି ୧୮ ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ଗୁଜରାଟର ୪ ଲେଖାଏଁ, ଝାଡ଼ଖଣ୍ଡର ଦୁଇଟି, ମଧ୍ୟପ୍ରଦେଶ ଓ ରାଜସ୍ଥାନର ତିନୋଟି ଲେଖାଏଁ ଓ ମଣିପୁର ତଥା ମେଘାଳୟର ଗୋଟିଏ ଲେଖା ଆସନ ପାଇଁ ଭୋଟ ନିଆଯିବ।

ଲକଡ଼ାଉନ ପୂର୍ବରୁ ହିଁ ଓଡ଼ିଶାର ୪ ଆସନ ପାଇଁ ନିର୍ବାଚନ ସରିଛି ଓ ଶାସକ ବିଜେଡିର ସବୁ ପ୍ରାର୍ଥୀ ନିର୍ଦ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଓଡ଼ିଶାର ମୋଟ ୧୦ଟି ରାଜ୍ୟସଭା ଆସନ ପାଇଁ ଯେଉଁମାନେ ନିର୍ବାଚିତ ହୋଇ ବର୍ତ୍ତମାନ ସାଂସଦ ଅଛନ୍ତି ସେମାନେ ହେଲେ : ପ୍ରସନ୍ନ ଆଚାର୍ଯ୍ୟ,  ମୁନ୍ନା ଖାଁ, ସୁଜିତ କୁମାର, ମମତା ମହାନ୍ତ, ପ୍ରଶାନ୍ତ ନନ୍ଦ, ଏନ ଭାସ୍କର ରାଓ, ଡକ୍ଟର ଅମର ପଟ୍ଟନାୟକ, ଡକ୍ଟର ସସ୍ମିତ ପାତ୍ର, ସୁବାସ ଚନ୍ଦ୍ର ସିଂହ, ଅଶ୍ୱିନୀ ବୈଷ୍ଣବ।

Comment