ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଲକ୍‌ଡାଉନରେ ଅଧିକ ପ୍ରଭାବିତ ହୋଇଥିବା କୃଷି, ଏମଏସଏମଇ ଏବଂ ଉଠା ଦୋକାନୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୋଦୀ ସରକାର। କେନ୍ଦ୍ର କ୍ୟାବିନେଟ୍‌ ଏମଏସ୍‌ଏମଇ କ୍ଷେତ୍ର ପାଇଁ ୨୦ ହଜାର କୋଟି ପ୍ୟାକେଜକୁ ଅନୁମୋଦନ ଦେଇଛି। ଏହାସହ ଏମ୍‌ଏସ୍‌ଏମ୍‌ଇର ପରିଭାଷା ବଦଳାଇବାକୁ ଆସିଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି।

 

କ୍ୟାବିନେଟର ବଡ଼ ଘୋଷଣା

  • ଯେଉଁ ଏମ୍‌ଏସ୍‌ଏମ୍‌ଇର ଭଲ ରେକର୍ଡ ଅଛି ସେମାନେ ଷ୍ଟକ ମାର୍କେଟକୁ ଯିବାର ସୁଯୋଗ ପାଇବେ।
  • ଏମଏସ୍‌ଏମ୍‌ଇ ପାଇଁ ୪ ହଜାର କୋଟି ଟଙ୍କାର ଡିସ୍‌ଟ୍ରେସ୍‌ ପାଣ୍ଠି ଗଠନ।
  • ଦେଶର ମୋଟ ରପ୍ତାନିର ୪୮ ପ୍ରତିଶତ ଏମ୍‌ଏସ୍‌ଏମ୍‌ଇ ରହିଛି।
  • ୭ ପ୍ରତିଶତ ୠଣ ନେଇଥିବା ଚାଷୀ ଯଦି ଠିକ୍‌ ସମୟରେ ପରିଶୋଧ କରିବେ ତାହାଲେ ୩ ପ୍ରତିଶତ ରିହାତି ମିଳିବ।
  • ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ବୃଦ୍ଧି କରାଯାଇଛି।
  • ୫୦ ଲକ୍ଷ ଉଠା ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ୠଣ ଦେବାର ବ୍ୟବସ୍ଥା କରାଯାଇଛି।

Comment