ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାସ୍ଥ୍ୟ ପାଇଁ ହିତକର ଖାଦ୍ୟ ପାନୀୟ କଥା ଆସିଲେ ସର୍ବ ପ୍ରଥମେ ଏହି ତାଲିକାରେ କ୍ଷୀରକୁ ଯୋଡ଼ା ଯାଇଥାଏ। କ୍ଷୀରରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖେ। ହେଲେ କ୍ଷୀର ପିଇବା ପରେ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। କ୍ଷୀର ପିଇବା ପରେ କେଉଁ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଖରାପ ତାହା ମଧ୍ୟ ଜାଣିନେବା ଦରକାର।

କ୍ଷୀର ପିଇବା ପରେ ମୁଳା ଖାଇବା ଅନୁଚିତ୍‌। ଏହା ଦ୍ୱାରା ଚର୍ମ ସମ୍ୱନ୍ଧୀୟ ରୋଗ ହୋଇପାରେ। କ୍ଷୀର ପିଇବା ପରେ କୌଣସି ଖଟା ଜାତୀୟ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

କ୍ଷୀର ପିଇବା ପରେ ଫଳ ଖାଇବା ଅନୁଚିତ୍‌। ଏହା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ମାଛ ଖାଇବା ପରେ କ୍ଷୀର ପିଅନ୍ତି କିନ୍ତୁ ତାହା ଭୁଲ। କ୍ଷୀର ପିଇବା ପରେ ମାଛ ଖାଇଲେ ଅନେକ ରୋଗ ହୋଇଥାଏ।

Comment