ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପାଖକୁ କଠାଇ ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡ଼ିଥିବା ଇସ୍ତଫାପତ୍ରରେ ଉଲ୍ଳେଖ କରିଛନ୍ତି।

ଜଗନ୍ନାଥ ଗତ ୨୦୧୪ ଏବଂ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ସେ ଭୁବନେଶ୍ୱ-ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ୨୦୧୪ରେ ବିଜୟ ମହାନ୍ତି ଏବଂ ୨୦୧୯ରେ ଅନନ୍ତ ନାରାୟଣ ଜେନାଙ୍କଠାରୁ ପରାଜିତ ହୋଇଥିଲେ ଜଗନ୍ନାଥ। ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଆଗରେ ରହୁଥିଲେ।

କୁହାଯାଉଛି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହେବା ପାଇଁ ଜଗନ୍ନାଥ ରେସ୍‌ରେ ରହିଥିଲେ। ହେଲେ ଜଗନ୍ନାଥଙ୍କୁ ସଭାପତି ପଦ ମିଳି ନଥିଲା। ଗତ ୨୦୧୯ ନିର୍ବାଚନରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବାବୁ ସିଂହଙ୍କୁ ସଭାପତି ପଦ ମିଳିଥିଲା। ବାବୁ ସିଂହଙ୍କ ନାଁ ସଭାପତି ଭାବେ ଘୋଷଣା ହେବାର ମାତ୍ର କେଇ ଘଣ୍ଟା ଭିତରେ ଜଗନ୍ନାଥ ଇସ୍ତଫା ଦେଇଛନ୍ତି।

Comment