ଓଡ଼ିଶାଲାଇଭ୍ ବ୍ୟୁରୋ

hyperthyroid f

ଅଧିକାଂଶ ମହିଳାଙ୍କଠାରେ ଦେଖାଯାଉଥିବା ଏକ ରୋଗ ହେଉଛି ଥାଇରଏଡ୍। ଏହି ରୋଗର ଶିକାର ହେଲେ ଶରୀରରେ ଦେଖାଯାଇଥାଏ ବହୁ ପ୍ରକାର ପରିବର୍ତ୍ତନ। ଏହି ସମୟରେ ନିଜ ଖାଦ୍ୟପେୟ ପ୍ରତି ଗୁରୁତ୍ୱ ଦେବା ନିହାତି ଆବଶ୍ୟକ, ନହେଲେ ସମସ୍ୟା ଅଧିକ ଜଟିଳ ହୋଇପାରେ। ତେବେ ଆସନ୍ତୁ ଜାଣିବା ହାଇପରଥାଇରଏଡ୍ କ’ଣ? ଏହି ସମୟରେ କଣ ଖାଇବା ଉଚିତ ଏବଂ କଣ ଖାଇବା ଅନୁଚିତ।

ହାଇପୋଥାଇରଏଡ୍ କ’ଣ?

ହାଇପରଥାଇରଏଡରେ ଥାଇରଏଡ୍ ଗ୍ରନ୍ଥି ଅପେକ୍ଷାକୃତ ଅଧିକ ବେଗରେ କାର୍ଯ୍ୟ କରିଥାଏ। ତେଣୁ ଶରୀରରେ ଟି-3, ଟି-4 ହରମୋନର ପରିମାଣ ଆବଶ୍ୟକତାଠାରୁ ଅଧିକ ହୋଇଥାଏ। ଏହି ହରମୋନ ରକ୍ତରେ ମିଶିବା ଯୋଗୁଁ ଶରୀରରେ ବହୁ ପ୍ରକାର ପରିବର୍ତ୍ତନ ଦେଖାଦେଇଥାଏ। ଅଧିକ ଭୋକ ଲାଗେ, ନିଦ ହୁଏ ନାହିଁ, ଚିଡ଼୍ ଚିଡ଼୍ ଲାଗେ। ମହିଳାମାନଙ୍କୁ ମାସିକ ଋତୁସ୍ରାବରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼େ, ଏହା ସହ ଗର୍ଭଧାରଣ ନକରିପାରିବା ତଥା ଗର୍ଭପାତ କରାଇବା ଭଳି ପରିସ୍ଥିତି ମଧ୍ୟ ଉପୁଯିଥାଏ।

ହାଇପରଥାଏରଏଡ୍ – କ’ଣ ଖାଇବେ

veggies

ଏହି ରୋଗର ଉପଷମ ପାଇଁ ସବୁଜ ପନିପରିବା, ଶସ୍ୟଜାତୀୟ ଖାଦ୍ୟ, ବ୍ରାଉନ ବ୍ରେଡ୍, ଅଲିଭ୍ ଅଏଲ୍, ଲେମ୍ବୁ ପାଣି, ଗ୍ରୀନ ଟି ବା ହରବାଲ ଟି, ଅଖରୋଟ, ଜାମୁ କୋଳି, ଷ୍ଟ୍ରବେରୀ, କଞ୍ଚା ଲଙ୍କା, ମହୁ ଆଦି ସେବନ କରିବା ଆବଶ୍ୟକ ଅଟେ।

ହାଇପରଥାଏରଏଡ୍ – କଣ ଖାଇବେ ନାହିଁ

fast food

ମଇଦା ତିଆରି ଖାଦ୍ୟ ଯଥା ପାସ୍ତା, ମ୍ୟାଗି, ହ୍ୱାଇଟ୍ ବ୍ରେଡ୍ ଏବଂ ସଫ୍ଟ ଡ୍ରିଙ୍କ୍, ମଦ, ରେଡ୍ ମିଟ୍, ଅଧିକ ମିଠା ଖାଦ୍ୟ, ଚକୋଲେଟ୍ ଆଦି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଏହି ରୋଗ ହେଲେ ଶରୀରର ଓଜନ ଅଧିକ ମାତ୍ରାରେ ବଢ଼ିଯାଏ ତେଣୁ ପ୍ରତିଦିନ ଯୋଗ ତଥା ଚଲାବୁଲା କରିବା ଆବଶ୍ୟକ।

Comment