ଓଡ଼ିଶାଲାଇଭ୍ ବ୍ୟୁରୋ

shell

ସାଧାରଣତଃ ପୂଜା ପାଠ କରିବା ସମୟରେ ଶଙ୍ଖ ଫୁଙ୍କାଯାଏ। ଏହାର ଧ୍ୱନି ବାତାବରଣକୁ ଶୁଦ୍ଧ ତଥା ଶାନ୍ତ କରୁଥିବାର ବିଶ୍ୱାସ କରାଯାଏ। ତେବେ ଆପଣ କ’ଣ ଜାଣନ୍ତି ଶଙ୍ଖ ଫୁଙ୍କିବା ଦ୍ୱାରା କେବଳ ଆଧ୍ୟାତ୍ମିକ ତଥା ମାନସିକ ସ୍ତରରେ ନୁହେଁ, ବଂର ବହୁ ଶାରୀରିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଆସନ୍ତୁ ଜାଣିବା ଶଙ୍ଖ ଫୁଙ୍କିବା ଶରୀର ପାଇଁ କେତେ ଲାଭଦାୟୀ-

ଫୁସ୍ଫୁସକୁ ସୁସ୍ଥ ରଖେ

ଶଙ୍ଖ ଫୁଙ୍କିବା ଦ୍ୱାରା ଫୁସ୍ଫୁସର ଏକ୍ସସରସାଇଜ ହୋଇଥାଏ। ଶୁଦ୍ଧ ବାୟୁ ଫୁସ୍ଫୁସ ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ଏହା ଅଧିକ ଭଲଭାବରେ କାର୍ଯ୍ୟ କରିଥାଏ। ଏହା ଦ୍ୱାରା ଶ୍ନାସଜନିତ ସମସ୍ତ ରୋଗରୁ ମଧ୍ୟ ମୁକ୍ତି ମିଳେ।

shell blowing-2

ଚିନ୍ତା ବା ଡିପ୍ରେସନରୁ ମୁକ୍ତି ମିଳେ

ଅଧିକାଂଶ ସମୟରେ ଚିନ୍ତା ତଥା ଡିପ୍ରେସନରେ ରହୁଥିବା ବ୍ୟକ୍ତି ନିୟମିତ ଭାବେ ଶଙ୍ଖ ଫୁଙ୍କିବା ଆବଶ୍ୟକ। ଏହା ଦ୍ୱାରା ସେମାନେ ନକାରାତ୍ମକ ବା ନେଗେଟିଭ୍ ଚିନ୍ତାରୁ ଦୂରରେ ରୁହନ୍ତି। ସେମାନଙ୍କ ମଧ୍ୟରେ ସକାରାତ୍ମକ ଭାବନା ଜାଗିଉଠେ। ଶଙ୍ଖ ଫୁଙ୍କିବା ଦ୍ୱାରା ସେମାନଙ୍କ ମସ୍ତିସ୍କ ଓ ମନ ଉଭୟ ଶାନ୍ତ ରହେ ଏବଂ  ସେମାନେ ଚିନ୍ତାରୁ ଦୂରରେ ରୁହନ୍ତି।

ଆସିଡିଟି ଦୁର ହୁଏ

ପ୍ରତିଦିନ ଶଙ୍ଖ ଫୁଙ୍କିବା ଦ୍ୱାରା ଶରୀରରେ ଥିବା ରେକ୍ଟଲ ମାଂସପେଶୀର ଭଲଭାବେ ସଙ୍କୋଚନ ଓ ପ୍ରସାରଣ ହୋଇଥାଏ। ଯାହାଦ୍ୱାରା ପେଟରେ ଗ୍ୟାସ୍ ସମସ୍ୟା ଦୂର ହେବା ସହ ପେଟ ସୁସ୍ଥ ରହେ। ତେଣୁ ପେଟକୁ ସୁସ୍ଥ ରକଇବାକୁ ହେଲେ ପ୍ରତିଦିନ ଶଙ୍ଖ ଫୁଙ୍କିବା ଏକ ଭଲ ଅଭ୍ୟାସ।

shell-2

ହୃତପିଣ୍ଡକୁ ସୁସ୍ଥ ରଖେ

ଶଙ୍ଖ ଫୁଙ୍କିବା ଦ୍ୱାରା ସମସ୍ତ ସ୍ନାୟୁ ଚଳପ୍ରଚଳ ହୋଇଉଠେ, ଯାହା ହୃତପିଣ୍ଡକୁ ସୁସ୍ଥ ରଖିବା ସହ ହାର୍ଟଆଟାକର ସମ୍ଭାବନା କମାଇଥାଏ। କିନ୍ତୁ ଯଦି କାହାକୁ ହୃଦଜନିତ କୌଣସି ରୋଗ ବା ସମସ୍ୟା ଅଛି ତେବେ ସେ ଡାକ୍ତରଙ୍କ ପରାମର୍ଶ ନେଇ ଶଙ୍ଖ ଫୁଙ୍କିବା ଆବଶ୍ୟକ।

Comment