ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ଖେଳିବାକୁ ହେଲେ ଶରୀରକୁ ଫିଟ୍‌ ରଖିବା ମଧ୍ୟ ଜରୁରୀ ହୋଇଥାଏ। କ୍ରିକେଟ ଖେଳରେ ଖେଳାଳିମାନେ ନିଜକୁ ଫିଟ୍‌ ରଖିବାକୁ ଜିମ୍‌ ଯାଇଥାନ୍ତି। ସେମାନେ ଜିମ୍‌ ଯାଇଥାନ୍ତି କେବଳ ଖେଳରେ ନିଜ ଫିଟ୍‌ନେସ ଦ୍ଵାରା ଭଲ ପ୍ରଦର୍ଶନ କରିବାକୁ। ହେଲେ ବିସ୍ଵ ଏମିତି କିଛି ଖେଳାଳି ଅଛନ୍ତି ଯିଏ କ୍ରିକେଟ ପରେ ବଡି ବିଲ୍ଡିଂରେ ନିଜ କ୍ୟାରିୟର କରିଛନ୍ତି।

ଖେଳାଳିମାନେ କ୍ରିକେଟରୁ ଅବସର ପରେ ରାଜନୀତି ଓ ଭାଷ୍ୟକାର ହୋଇଥାନ୍ତି। କିଏ କେବେ ବଡି ବିଲ୍ଡର ହେବା ଜାଣିନଥିବେ। ଆସନ୍ତୁ ଜାଣିବା ସେମତି କିଛି କ୍ରିକେଟରଙ୍କ ବିଷୟରେ ଯେଉଁମାନେ କ୍ରିକେଟ ଖେଳାଳିରୁ ବଡି ବିଲ୍ଡର ହୋଇଛନ୍ତି।

ଡେଭିଡ ଲରେନ୍ସ

ଏହି ବଡି ବିଲ୍ଡର ଜଣକ ୧୯୮୮ ମସିହାରୁ ୧୯୯୨ ପର୍ଯ୍ୟନ୍ତ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ। ଏହାମଧ୍ୟରେ ସେ ୫ଟି ଟେଷ୍ଟ ଓ ଗୋଟିଏ ଦିନିକିଆ ମ୍ୟାଚ ଖେଳିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ମଧ୍ୟ ୫୦୦ ଓ୍ଵିକେଟ ନେବାର ରେକର୍ଡ କରିଥିଲେ। ଏହି ଡାହମ ହାତୀ ପେସ ବୋଲର ନ୍ୟୁଜିଲାଣ୍ଡ ବିପକ୍ଷରେ ବୋଲିଂ କରୁଥିବା ବେଳେ ଗୋଡ଼ରେ ଆଘାତ ଲାଗିଥିଲା। ଏହାପରେ ସେ କ୍ରିକେଟ ଖେଳିବାକୁ ଅସମର୍ଥ ହୋଇଥିଲେ।

କ୍ରିକେଟ ଖେଳରୁ ଅବସର ନେବା ପରେ ବଡି ବିଲ୍ଡଙ୍ଗ କରିବାରେ ଲାଗି ପଡ଼ିଥିଲେ। ଏହି କ୍ଷେତ୍ରରେ ସେ ବହୁତ ପରିଶ୍ରମ କରିଥିଲେ। ଫଳରେ ତାଙ୍କୁ ନ୍ୟାସନାଲ ଏମେଚର ବଡି ବିଲ୍ଡିଂ ଆସୋସିଏସନ ପକ୍ଷରୁ ବେଷ୍ଟ ଅଫ ଇଂଲଣ୍ଡ ଚମ୍ପିୟାନ କରାଯାଇଥିଲା।

କ୍ରିସ୍‌ ଟ୍ରେମେଲ୍ଟ

ଇଂଲଣ୍ଡର ପେସ ବୋଲର କ୍ରିସ୍‌ ଟ୍ରମେଲ୍ଟ ଇଂଲଣ୍ଡ ପକ୍ଷରୁ ୧୨ଟି ଟେଷ୍ଟ ଓ ୧୫ ଦିନିକିଆ ମ୍ୟାଚ ଖେଳିଛନ୍ତି। ୨୦୧୦-୧୧ରେ ଇଂଲଣ୍ଡକୁ ଆସେସ କପ ବିଜୟୀ କରାଇ ଆକର୍ଷଣର କେନ୍ଦବିନ୍ଦୁ ପାଲଟିଥିଲେ। ସେ ୩ଟି ଟେଷ୍ଟ ମ୍ୟାଚରେ ୧୭ଟି ଓ୍ଵିକେଟ ହାସଲ କରିଥିଲେ। ପରେ କ୍ରିକେଟରେ ବାରମ୍ଵାର ଫର୍ମରେ ନରହିବା କାରଣରୁ କ୍ରିକେଟରୁ ଅବସର ନେଇଥିଲେ ଓ ବଡି ବିଲ୍ଡିଙ୍ଗରେ ଯୋଗ ଦେଇଥିଲେ।

ମାର୍ଟିନ ଫୋର୍ଡ

ଇଂଲଣ୍ଡର ଏହି ଖେଳାଳି ଜଣେ ପ୍ରତିଭାଶାଳୀ କ୍ରିକେଟର ଥିଲେ। ଯିଏକି କାଉଣ୍ଟି କ୍ରିକେଟରେ ବେଶ ଭଲ ପ୍ରଦର୍ଶନ କରିଥିଲେ। ଖେଳ ସମୟରେ ଏକ ଆହତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରେ ଏକ ବର୍ଷ ପାଇଁ କ୍ରିକେଟରୁ ଦୂରରେ ରହିଥିଲେ। ଶେଷରେ ତାଙ୍କୁ କ୍ରିକେଟ ଛାଡ଼ିବାକୁ ପଡ଼ିଥିଲା।

ପରେ ସେ ବଡି ବିଲ୍ଡିଙ୍ଗ ଦୁନିଆକୁ ଚାଲିଆସିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ବର୍ତ୍ତମାନ ଏହି ୩୭ ବର୍ଷିୟ ଖେଳାଳି ବର୍ତ୍ତମାନ ଜଣେ ପେଶାଗତ ବଡି ବିଲ୍ଡର ହୋଇସାରିଛନ୍ତି। ତୀଙ୍କ ଓଜନ ବର୍ତ୍ତମାନ ୨୩୦ କିଲୋ ଗ୍ରାମ। ସେ ଗୋଟିଏ ଦିନରେ ୩୪୦ ଗ୍ରାମ ପ୍ରୋଟିନ ଖାଉଛନ୍ତି। ତାଙ୍କ ଆକର୍ଷଣୀୟ ଶରୀର ଯୋଗୁଁ ତାଙ୍କୁ ହଲିଉଡ ଚଳଚିତ୍ରରେ ମଧ୍ୟ ସୁଯୋଗ ମିଳିଛି।

Comment