ଓଡ଼ିଶାଲାଇଭ୍‌ ବ୍ୟୁରୋ

ମରିଗଲା ମାନବିକତା। ଏକ ଗର୍ଭବତୀ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରୀ ଖାଇବାକୁ ଦେଇ ତାକୁ ମାରି ଦେଇଛନ୍ତି କିଛି ଲୋକ। ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି କେରଳର ମଲପ୍ପୁରମ ଜିଲ୍ଲାରେ। ଏହି ଘଟଣାକୁ ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ଘୋର ନିନ୍ଦା କରିଛନ୍ତି। ଏଭଳି ନୃଶଂସ ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି।

ରିପୋର୍ଟ ଅନୁସାରେ ମେ’ ୨୫ର ଘଟଣା। ହାତୀଟି ଖାଦ୍ୟ ଅନ୍ୱେଷଣରେ ପାଖ ଜଙ୍ଗଲରୁ ଗାଁ ଆଡ଼କୁ ଆସି ଯାଇଥିଲା। କିଛି ଲୋକେ ହାତୀକୁ ଖାଦ୍ୟ ଦେବା ବାହାନାରେ ସପୁରିରେ ବିସ୍ଫୋରକ ଭର୍ତ୍ତି କରି ଦେଇଥିଲେ।

ଯାହାକୁ ଖାଇବା ବେଳେ ହାତୀର ମୁହଁରେ ବିସ୍ଫୋରଣ ହୋଇଥିଲା। ଫଳରେ ହାତୀକୁ ଗଭୀର ଆଘାତ ଲାଗିଥିଲା। ଯନ୍ତ୍ରଣାରୁ ବଞ୍ଚିବା ପାଇଁ ପାଖରେ ଥିବା ଏକ ନଦୀରେ ୩ ଦିନ ବୁଡ଼ି ରହିଥିଲା ହାତୀ। ହେଲେ ତାକୁ ସେଠାରୁ କେହି ଉଦ୍ଧାର କରିନଥିଲେ। ଫଳରେ ଶନବିାର ଦିନ ହାତୀର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here