ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଗୋଟିଏ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ତାଳବନ୍ଧ ରେଞ୍ଜ ଆସାଡ଼ଲା ଗ୍ରାମରେ ହାତୀର ଗଳିତ ମୃତ ଦେହ ପଡ଼ିଥିବାବେଳେ ଦାନ୍ତ ନଥିବା ଦେଖିବାକୁ ମିଳିଛି।

ଦାନ୍ତ କାଟି ନେବାପରେ କେହି ହାତୀକୁ ହତ୍ୟା କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ବନ ଅଧିକାରୀ ଟିମ ଗଠନ କରି ଘଟଣାର ଛାନବିନ କରୁଛନ୍ତି।

ମୃତ ହାତୀ ପୁରୁଷ ହୋଇଥିବାବେଳେ ତା’ର ବୟସ ୪୦ ବର୍ଷ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Tags: #Elephant #DeadElephant #Mayurbhanj #Shimilipal

Comment