ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ କଟକଣା ଉଲ୍ଲଘଂନ କରି ଫାଇନ ଗଣିଲେ ରାଜନୈତିକ କର୍ମୀ। ୨୧ ଜଣ ରାଜନୈତିକ କର୍ମୀଙ୍କୁ ଫାଇନ କରାଯାଇଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ଅନୁପ ସାହୁ।

ଏକ ରାଜନୈତିକ ସମାଗମରେ କୋଭିଡ କଟକଣା ଉଲ୍ଲଘଂନ ହୋଇଥିବା ନଜରକୁ ଆସିଥିଲା। ସାମାଜିକ ଦୂରତା, ମାସ୍କ ପିନ୍ଧିନଥିବା ଯୋଗୁଁ ଏହି କର୍ମୀମାନଙ୍କଠାରୁ ଫାଇନ୍‌ ଆଦାୟ ହୋଇଛି। ଏହାସହ ଡିସିପି ସାଧାରଣ ଲୋକଙ୍କୁ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

ସେହିପରି କୋଭିଡ ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ କ୍ୟପିଟାଲ ଥାନାରେ ଏତଲା ଦିଆଯାଇଥିଲା। ଦଳୀୟ କର୍ମୀଙ୍କୁ ଭେଟିବା ବେଳେ ଅପରାଜିତା ମୁହଁରେ ମାସ୍କ ପିନ୍ଧି ନଥିଲେ କି ସାମାଜିକ ଦୂରତା ରକ୍ଷା କରିନଥିବା ଏତଲାରେ ଦର୍ଶାଯାଇଛି।

ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନ୍ୟପକ୍ଷରେ ଅପରାଜିତା ଦୋଷ ସ୍ଵୀକାର କରିବା ସହ ସେ ଫାଇନ ଭୁବନେଶ୍ଵର ଡିସିପିଙ୍କୁ ପଠାଇ ଦେଇଥିବା ଟୁଇଟ କରି ସୂଚନା ଦେଇଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ରାଜନୈତିକ କର୍ମୀଙ୍କଠାରୁ ଫାଇନ ଆଦାୟ କରିବାକୁ ନେଇ ଚର୍ଚ୍ଚା ହୋଇଥିଲା।

Comment