ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ମାସରେ କରୋନା ମୁକାବିଲା ପାଇଁ ୫ ସୂତ୍ରୀ ଫର୍ମୁଲା କଥା କହିଛନ୍ତି। ଏହାକୁ ଜନସାଧାରଣ ଗ୍ରହଣ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।

  • ସମସ୍ତେ ଘରେ ରହନ୍ତୁ। ଜରୁରୀ କାମ ନଥିଲେ କେହି ଘରୁ ବାହାରନ୍ତୁ ନାହିଁ।
  • ଯେତେବେଳେ ବାହାରକୁ ଯାଉଛନ୍ତି ମୁହଁରେ ମାସ୍କ ନିଶ୍ଚିତ ପିନ୍ଧନ୍ତୁ। ମାସ୍କ ଠିକ୍‌ରେ ପିନ୍ଧିଲେ ୯୦ ପ୍ରତିଶତ ସଂକ୍ରମଣ କମିଯିବ।
  • ହାଟ, ବଜାର, ଅଫିସ, ଟ୍ରାଫିକ ସବୁଠାରେ ସାମାଜିକ ଦୂରତା ରକ୍ଷା କରନ୍ତୁ। କାରଣ ଆମ ପାଖରେ କିଏ କରୋନା ପଜିଟିଭ ଅଛି ତାହା ଆମେ ଜାଣିପାରିବା ନାହିଁ।
  • ବାହାରୁ ଘରକୁ ଫେରିଲା ପରେ ଭଲଭାବେ ସାବୁନରେ ୨୦ ସେକେଣ୍ଡ ଯାଏଁ ହାତ ଧୁଅନ୍ତୁ।
  • ୬୫ ବର୍ଷରୁ ଅଧିକ ବୟସର ଲୋକ, ଗୁରୁତର ରୋଗୀ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।

Comment