ଓଡ଼ିଶାଲାଇଭ୍ ବ୍ୟୁରୋ

face spray

ଖରାଦିନେ ତାପମାତ୍ରା ବୃଦ୍ଧି ତଥା ଅଧିକ ମାତ୍ରାରେ ଝାଳ ବହୁଥିବାରୁ ତ୍ୱଚାଜନିତ ଅନେକ ସମସ୍ୟା ଦେଖାଦିଏ। ପୋଷକ ତତ୍ତ୍ୱର ଅଭାବ ଏବଂ ତ୍ୱଚାର ସଠିକ୍ ଯତ୍ନ ନ ନେଇପାରିଲେ ତ୍ୱଚା ମଳିନ ଦିଶେ। ତେବେ ଏହି ସମୟରେ ଘରେ ପ୍ରାକୃତିକ ଜିନିଷ ବ୍ୟବହାର କରି ଆପଣ ପ୍ରସ୍ତୁତ କରିପାରିବେ ଗ୍ରୀନ୍ ଟି ଫେସ୍ ସ୍ପ୍ରେ। ଏହାର ବ୍ୟବହାର ଦ୍ୱାରା ତ୍ୱଚା ଚମକଦାର ହେବା ସହ ଏହାକୁ ମିଳିଥାଏ ଆବଶ୍ୟକୀୟ ପୋଷକ ତତ୍ତ୍ୱ। ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଏହି ଫେସ୍ ସ୍ପ୍ରେ-

-ପ୍ରଥମେ ପ୍ୟାନରେ ପାଣି ଗରମ କରନ୍ତୁ। ଏହାପରେ ଏଥିରେ ଗ୍ରୀନ ଟି ବ୍ୟାଗ୍ ପକାଇ ୨୦ ମିନିଟ୍ ଯାଏଁ ଛାଡ଼ିଦିଅନ୍ତୁ। ପରେ ଏଥିରେ ଭିଟାମିନ୍ ଇ କ୍ୟାପସୁଲ୍ ପକାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।

green tea face spray

-ପରେ ଏହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତୀ କରି ଥଣ୍ଡା ହେବା ପାଇଁ ଫ୍ରିଜ୍ରେ ରଖିଦିଅନ୍ତୁ। ଏହି ସ୍ପ୍ରେକୁ ରାତିରେ ଶୋଇବା ପୂର୍ବରୁ ବା ସକାଳୁ ମୁହଁ ଧୋଇବା ପରେ ବ୍ୟବହାର କରିପାରିବେ।

-ଏହି ମିଶ୍ରଣକୁ ପ୍ରତିଦିନ ମୁହଁରେ ସ୍ପ୍ରେ କରିବା ଦ୍ୱାରା ମୁହଁରୁ ଦାଗ ଓ ବ୍ରଣ ଆଦି ଦୂର ହୋଇଥାଏ। ଏହା ଚେହେରାର ଚମକ ବଢ଼ାଇଥାଏ।ଏହାର ବ୍ୟବହାର ଦ୍ୱାରା ତ୍ୱଚା ହାଇଡ୍ରେଟ୍ ରହିବା ସହ ଇନଫେକ୍ସନ, ଏଲର୍ଜି ଆଦିର ଭୟ ନଥାଏ।

Comment