ଓଡ଼ିଶାଲାଇଭ ବ୍ୟୁରୋ

ଅଧିକାଂଶ ପୁରୁଷ ଏମିତି ବି ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ସେଭିଙ୍ଗ ବା ଖିଅର ହୋଇଥାନ୍ତି।। ଯଦି ଆପଣ ବି ସବୁଦିନ ସେଭିଙ୍ଗ୍ କରୁଛନ୍ତି ତେବେ ଏହି ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ କାରଣ ଦୈନିକ ସେଭିଙ୍ଗ୍ କରିବା ଦ୍ଵାରା ସମସ୍ୟା ହୋଇପାରେ।

ସବୁଦିନ ସେଭିଙ୍ଗ୍ ହେବା ତ୍ଵଚା ପାଇଁ କ୍ଷତିକାରକ ଅଟେ କାରଣ ଏହା ଦ୍ଵାରା ତ୍ଵଚାର ପ୍ରାକୃତିକ ତୈଳାଂଶ ସରି ଯାଇପାରେ ଓ ତ୍ଵଚା ଡ୍ରାଏ ହୋଇପାରେ। ସେଥିଲାଗି କିଛି ଦିନ ବ୍ୟବଧାନରେ ସେଭିଙ୍ଗ କରିବା ଭଲ।

ସେଭିଙ୍ଗ୍ ହେବା ସମୟରେ କେତୋଟି ଗୁରୁତ୍ଵପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ –

ନଖ ଉଷୁମ ପାଣିର ବ୍ୟବହାର କରନ୍ତୁ

ସେଭିଙ୍ଗ୍ ବେଳେ ହାଲକା ଗରମ ପାଣିର ବ୍ୟବହାର କରନ୍ତୁ। ଥଣ୍ଡା ପାଣି ବ୍ୟବହାର କରିବା ଦ୍ଵାରା ତ୍ଵଚାର ଲୋମଛିଦ୍ର ବନ୍ଦ ହୋଇ ଯାଇଥାଏ। କେଶ କମ୍ ମାତ୍ରାରେ ଉଠିଥାଏ।

ମଶ୍ଚରାଇଜର୍ ଲଗାନ୍ତୁ

ସେଭିଙ୍ଗ ହେବା ପରେ ନଖ ଉଷୁମ ପାଣିରେ ମୁହଁ ଧୋଇବା ପରେ ଗ୍ଲିସେରିନ୍ ଯୁକ୍ତ ମଶ୍ଚରାଇଜର୍ ଲଗାଇବା ଉଚିତ୍। ଏହା ଦ୍ଵାରା ତ୍ଵଚା ପୋଡିବ ନାହିଁ କି ଶୁଷ୍କ  ହେବ ନାହିଁ।

ସଠିକ୍ ପ୍ରଣାଳୀରେ ସେଭିଙ୍ଗ୍ କରନ୍ତୁ

ସବୁବେଳେ ଦାଢିକୁ ଗୋଟିଏ ଦିଗରେ ଏବଂ ସଠିକ୍ ଭାବରେ ସେଭିଙ୍ଗ୍ କରନ୍ତୁ। ଯଦି ଆପଣ ବିପରିତ ଦିଗରେ ସେଭିଙ୍ଗ୍ କରିବେ ତେବେ ଏହା କେଶ କୁପକୁ କୁ ନଷ୍ଟ କରିଥାଏ। ସେଭିଙ୍ଗ୍ ସବୁବେଳେ ଧିରସ୍ଥିର ଭାବରେ କରିବା ଉଚିତ୍ ଯାହାଦ୍ଵାରା ତ୍ଵଚା କଟିବ ନାହିଁ।

ବ୍ଲେଡ୍ ସବୁବେଳେ ବଦଳାଇବା ଉଚିତ୍

ସମୟକୁ ସମୟ ବ୍ଲେଡ୍ ବଦଳାଇବା ଉଚିତ୍। ପାଣିରେ ଓଦାକରି ଵ୍ଲେଡ୍ କୁ ବ୍ୟବହାର କରିବା ଦ୍ଵାରା ବ୍ଲେଡ୍ ଦାଢୁଆ ରହିଥାଏ।

ଲୋଶନ୍ ବ୍ୟବହାର କରନ୍ତୁ ନାହିଁ

ସେଭିଙ୍ଗ୍ ପରେ ଲୋଶନ ପରିବର୍ତ୍ତେ ଆଲ୍କୋହଲ୍ ଫ୍ରି ସେଭିଙ୍ଗ୍ ବାମ୍ ବ୍ୟବହାର କରନ୍ତୁ। ଯାହା ଦ୍ଵାରା ସାଇଡ୍ଇଫେକ୍ଟର କମ୍ ସମ୍ଭାବନା ଥାଏ।

Comment