ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିବ କ୍ରୁଜ ପାଣି ଜାହାଜ। ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ନୂଆ ଯୋଜନା ଆରମ୍ଭ କରିବ। ଏନେଇ ଜୁଲାଇ ୧୦ ତାରିଖ ସୁଦ୍ଧା ସମସ୍ତ ପରିଚାଳକଙ୍କଠାରୁ ପ୍ରସ୍ତାବ ଆହ୍ଵାନ କରାଯିବ।

ଚିଲିକା, ହୀରାକୁଦ, ମହାନଦୀ, ଭିତରକନିକା ଓ ସାତକୋଶିଆରେ ଏହି ପାଣି ଜାହଜ ଚାଲିବ। ଜୁଲାଇ ୧୦ ତାରିଖ ପରେ କେଉଁ ଅଞ୍ଚଳରେ କେତେ ଜାହାଜ ଚାଲିବ ସେନେଇ ନିଷ୍ପତ୍ତି ହେବ।

ରାଜ୍ୟର ପର୍ଯ୍ୟଟନ ପ୍ରତି ଦେଶ ବିଦେଶର ପର୍ଯଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ୟର ନଦୀ ଓ ହ୍ରଦରେ କ୍ରୁଜ ଜାହଜ ଚଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆବେଦନ କରିବା ପାଇଁ କ୍ରୁଜ କମ୍ପାନିମାନଙ୍କ ପାଇଁ ରାଜ୍ୟ ସରକାର ବିଜ୍ଞାପନ ଜାରି କରିଛନ୍ତି।

ଭାରତର ଗୋଆ, ମୁମ୍ଵାଇ, ଚେନ୍ନାଇ ଓ ଆଣ୍ଡାମାନରେ କ୍ରୁଜ ଚଳାଚଳ କରିଥାଏ। ଏହି କ୍ରୁଜରେ ବ୍ୟକ୍ତିଗତ ପ୍ରକୋଷ୍ଠ, ସ୍ପା, ପବ ଆଦି ରହିଥାଏ।

Comment