ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନ ଦିପହରେ ଭୁଜାଲିରେ ହାଣି ଲୁଟିନେଲେ ୮ ଲକ୍ଷରୁ ଅଧିକ ଟଙ୍କା। ଏହାପରେ ଫାଙ୍କା ଗୁଳିଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଏନ୍‌ଏଚ ୪୯ ସଦର ଥାନା ଠାକୁରଡିହି ଛକରେ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏକ ଖଣିଜ ପରିବହନକାରୀ ସଂସ୍ଥାର କର୍ମଚାରୀ।

କର୍ମଚାରୀ ଓ ଅନ୍ୟ ଜଣେ ବ୍ୟକ୍ତି ଟଙ୍କା ନେଇ ଯାଉଥିବା ବେଳେ ଠାକୁରଡିହି ଛକରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ଭୁଜାଲିରେ ହାଣିବା ପରେ ଟଙ୍କା ନେଇ ସେଠାରୁ ଫେରାର ହୋଇଯାଇଥିଲେ।

ଭୁଜାଲି ଚୋଟରେ ଆହଜ କର୍ମଚାରୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିବା ସହ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପଚରା ଉଚରା କରୁଛି।

Comment