ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ଆଉ ୭୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ ଶହ ପାର୍ କରିଛି।

ରବିବାର ନୂଆକରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ବାକି ୩ ଜଣ ସ୍ଥାନୀୟ ବାସିନ୍ଧା ବୋଲି ଜଣାପଡ଼ିଛନ୍ତି।

ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୮ ଜଣ ଲେଖାଏଁ ପଜିଟିଭ୍ ଜଣାପଡ଼ିଛନ୍ତି। ସେହିପରି ଜଗତସିଂହପୁରରୁ ୨, କୋରାପୁଟରୁ ୨, ଯାଜପୁରରୁ ୭, କେନ୍ଦୁଝରରୁ ୧, ଗଞ୍ଜାମରୁ ୧, ନୟାଗଡ଼ରୁ ୪, କଟକରୁ ୫, ଅନୁଗୁଳରୁ ୨, ଢେଙ୍କାନାଳରୁ ୨, ବଲାଙ୍ଗିରରୁ ୫, ପୁରୀରୁ ୧, ନୂଆପଡ଼ାରୁ ୧, ସୋନପୁରରୁ ୩ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୭୧୬ ଜଣ ସୁସ୍ଥ ହୋଇଥିବାବେଳେ ୯ ଜଣ ପ୍ରାଣ ହରାଇଛନ୍ତି। ବାକି ୧୧୨୯ ଜଣ ଏବେ ବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment