ଓଡ଼ିଶାଲାଇଭ୍ ବ୍ୟୁରୋ

glowing skin-2

ଖରାଦିନେ ତ୍ୱଚାରେ ଅନେକ ସମସ୍ୟା ଦେଖାଦିଏ। ତେବେ ଏହି ସମୟରେ ତ୍ୱଚାକୁ କୌଣସି କ୍ରିମ୍ କିମ୍ବା ବିୟୁଟି ପ୍ରଡକ୍ଟର ଆବଶ୍ୟକତା ନଥାଏ। ତ୍ୱତା ପାଇଁ ଜରୁରୀ ପୋଷଣ। ତେଣୁ ନିଜ ଖାଦ୍ୟପେୟରେ ସୁଧାର ସାମାନ୍ୟ ସୁଧାର ଆଣିବା ଦ୍ୱାରା ଆପଣ ଖରାଦିନରେ ପାଇପାରିବେ ଏକ ସୁସ୍ଥ ଏବଂ ଚମକଦାର ତ୍ୱଚା। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ଆମ ତ୍ୱଚାକୁ ମିଳିଥାଏ ପୋଷଣ-

ଖରାଦିନେ ପ୍ରଚୁର ପରିମାଣରେ ଆମ୍ବ ମିଳେ ଯାହା ଶରୀର ସହ ଚ୍ୱତା ପାଇଁ ଅତ୍ୟନ୍ତି ଲାଭଦାୟୀ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ ଯାହାକି କୋଲାଜେନ୍ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଥାଏ। ଏହି କୋଲାଜେନ୍ ଯୋଗୁ ହିଁ ତ୍ୱଚା ସୁନ୍ଦର ଦେଖାଯାଇଥାଏ।

mango

 

ସେହିପରି ନିୟମିତ ଭାବେ ଅଣ୍ଡା ଖାଇବାକୁ ଅଭ୍ୟାସ କରନ୍ତୁ। ଅଣ୍ଡାରେ ଥିବା ଆମିନୋଏସିଡ୍ ମଧ୍ୟ କୋଲାଜେନ୍ ପ୍ରସ୍ତୁତି ପାଇଁ ଆବଶ୍ୟକ। ବ୍ରେକଫାଷ୍ଟରେ ଆପଣ ଆମ୍ବ ଜୁସ୍ ସହିତ ଗୋଟିଏ ଅଣ୍ଡାର ଆମ୍ଲେଟ୍ ଖାଇପାରିବେ।

egg omlet

ଟମାଟୋରେ ରୋଗ ପ୍ରତିରୋଧକ ଶକ୍ତି ସହିତ ଚାରିଟି ଗୁରୁତ୍ୱପୂର୍ଣ୍ଣ କାରୋଟେନଏଡ୍(ଆଲ୍ଫା କାରୋଟିନ୍, ବିଟା କାରୋଟିନ୍, ଲ୍ୟୁଟିନ୍ ଏବଂ ଲାଇକୋପିନ୍) ପ୍ରଚୁର ପରିମାଣରେ ମହଜୁଦ ଥାଏ। ଏହା ତ୍ୱଚାକୁ ସୁନ୍ଦର କରିବା ସହିତ କର୍କଟ ରୋଗ ଏବଂ ହୃଦ୍‌ରୋଗରୁ ରକ୍ଷା କରେ। ଅଲିଭ୍ ତେଲରେ ଟମାଟୋକୁ ରୋଷେଇ କଲେ ତାର ଗୁଣ ଅପରିବର୍ତ୍ତିତ ରହିଥାଏ।

tomato olive oil

 

ସେହିପରି ଗ୍ରୀନ୍ ଟି’ରେ ପ୍ରଚୁର ପରିମାଣରେ କାଟେଚିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଭରପୁର ହୋଇଥାଏ। ଯାହାକି ହୃତପିଣ୍ଡକୁ ସୁସ୍ଥ ରଖେ। ଏହା ମଧ୍ୟ ଶରୀରରୁ ସମସ୍ତ ପ୍ରକାର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଉଲ୍ଳେଖନୀୟ ଭୂମିକା ଗ୍ରହଣ କରିଥାଏ। ପରୋକ୍ଷରେ ଏହାଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ। ତେବେ ଏହି ଗ୍ରୀନ୍ ଟି’ରେ କେଇ ବୁନ୍ଦା ଲେମ୍ବୁରସ ପକାଇ ପିଇଲେ କାଟେଚିନ୍‌ରେ ସ୍ତର ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ।

green tea

ପ୍ରାତଃଭୋଜନରେ କୌଣସି ପ୍ରକାର ଟୋଷ୍ଟ ଖାଉଥିଲେ ତା ଉପରେ ଟିକେ ଡାଲଚିନି ଗୁଣ୍ଡ ପକାଇ ଦିଅନ୍ତୁ। ଏହା ଆପଣଙ୍କର ରକ୍ତରେ ଶର୍କରାର ମାତ୍ରାକୁ ସନ୍ତୁଳିତ ରଖିବ। ଓଜନ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଯାହାଦ୍ୱାରାକି ମୁହଁର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ।

 

ପ୍ରତ୍ୟହ ଖାଇବାରେ ପିଆଜ, ରସୁଣକୁ ସାମିଲ କରନ୍ତୁ। ଏହାଦ୍ୱାରା ଧମନୀରେ ରକ୍ତର ପ୍ରବାହ ଠିକ୍ ହୋଇଥାଏ। ଶରୀରରୁ ଦୂଷିତ ପଦାର୍ଥ ବାହାରିବାକୁ ତ୍ୱଚା ଚମକି ଉଠେ।

onion garlic

ଗ୍ରୀନ ଟି’ ରେ ଆପଣ ଗୋଲମରିଚ ଗୁଣ୍ଡ ମଧ୍ୟ ପକାଇ ପାରିବେ। ଅତ୍ୟଧିକ ଡାଏଟିଂ କରିବା ଅପେକ୍ଷା ଖାଦ୍ୟ ଖାଇବାର କିଛି ସମୟ ପୂର୍ବରୁ ଗ୍ରୀନ୍ ଟି’ରେ କିଛି ଗୋଲମରିଚ ଗୁଣ୍ଡ ପକାଇ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କର ଅନେକ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହେବ। ଗ୍ରୀନ୍ ଟି’ରେ ଥିବା କିଛି ନିର୍ଦ୍ଦିଷ୍ଟ ଉପାଦାନ ହରମୋନକୁ ମଧ୍ୟ ପ୍ରଭାବିତ କରିଥାଏ। ଏହି ହର୍ମୋନଗୁଡ଼ିକ ଭୋକକୁ ନିୟନ୍ତ୍ରଣ କରିବା ସହ ପୂରାପେଟରେ ରହିବା ଭଳି ସ୍ଥିତି ସୃଷ୍ଟି କରିଥାନ୍ତି। ଯାହାଦ୍ୱାରା କି ବ୍ୟକ୍ତିର ଓଜନ ନିୟନ୍ତ୍ରଣରେ ରହେ ଏବଂ ତ୍ୱଚାର ଚମକ ବଜାୟ ରହିଥାଏ।

ଖାଦ୍ୟରେ ନିୟମିତ ଭାବେ ଗାଜରକୁ ସାମିଲ କରନ୍ତୁ। ଏହାଦ୍ୱାରା ପ୍ରଚୁର ପରିମାଣରେ ଭିଟାମିନ୍ ଏ’ ମିଳିବ। ଯାହାକି ତ୍ୱଚାକୁ ସତେଜ ରଖିବାରେ ସହାୟକ ହେବ।

Comment