ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ପ୍ରେସ କ୍ଲବର ବୈଠକ ଅନୁଷ୍ଠିତ ହୋଇଛି। କ୍ଲବ ସାଧାରଣ ସମ୍ପାଦକ ସୁରେଶ ନାଇଡୁଙ୍କ ଆହ୍ୱାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କ୍ଲବର ଆଇନ ପରାମର୍ଶଦାତା ଭାବେ ଜୟପୁରର ବରିଷ୍ଠ ଆଇନଜୀବୀ କେ.ଭି.ଏସ ନାନାଜି ଆଚାରିଙ୍କୁ ଚୟନ କରାଯାଇଛି।

ବୈଠକରେ ସଭାପତି ସତ୍ୟ ପଟ୍ଟନାୟକ, ଉପ ସଭାପତି ପଦ୍ମନାଭ ହୋତା ଉପସ୍ଥିତ ରହି ଜୟପୁରର ବିକାଶ ମୂଳକ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ସହରରେ ଟଏଲେଟ ନଥିବାରୁ ସାଧାରଣ ଲୋକ ହଇରାଣ ହେଉଥିବାରୁ କ୍ଲବ ତରଫରୁ ପୌରକାର୍ଯ୍ୟ ନିର୍ବାହୀ ଅଧିକାରିଙ୍କୁ ଦାବି ପତ୍ର ଦେବା ପାଇଁ ସ୍ଥିର କରାଯାଇଛି।

ଗରିବ ଛାତ୍ରଛାତ୍ରୀଙ୍କୁ ଖାତା, ପେନ ବଣ୍ଟନ କରି ସହରର ବିକାଶ କାର୍ଯ୍ୟରେ ସାମିଲ ହେବା ପାଇଁ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନର ବିକାଶ ମୂଳକ କାଯ୍ୟରେ କ୍ଲବ ସଦସ୍ୟମାନେ ସାମିଲ ହେବା ପାଇଁ ନିଷ୍ପତ୍ତି ହୋଇଛି। ଆଗାମୀ ଦିନରେ ବ୍ଲକର ବାର୍ଷିକ ଉତ୍ସବ ନେଇ ଆଲୋଚନା ହୋଇଥିଲା।

ବୈଠକରେ କାର୍ଯ୍ୟକାରୀ ସଭାପତି ରବି ନାୟକ, ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ, ସୁବାଷ ଦାସ, ଯୁଗ୍ମ ସମ୍ପାଦକ ପବନ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ତରୁଣ ମହାପାତ୍ର, ରଶ୍ମିକାନ୍ତ ରଥ, କେ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତବ୍ୟକ୍ତ କରିଥିଲେ।

Comment