ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ସୋମବାର ରାଜ୍ୟରେ ୧୮ ଜିଲ୍ଲାରୁ ଆଉ ୧୩୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ କରୋନା ପଜିଟିଭ୍ ସଂଖ୍ୟା ୩ ହଜାର ପାଖାପାଖିରେ ପହଞ୍ଚିଛି।
ଆଜି ଚିହ୍ନଟ ହୋଇଥିବା ଏହି ୧୩୮ ନୂଆ ପଜିଟିଭଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟାଇନରେ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ବାକି ୧୩ ଜଣ ସ୍ଥାନୀୟ ଲୋକ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।
ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୩୩ ଜଣ ଜଣାପଡ଼ିଛନ୍ତି। ସେହିଭଳି ଯାଜପୁରରୁ ୬, ଖୋର୍ଦ୍ଧାରୁ ୧୩, ରାୟଗଡ଼ାରୁ ୧, ମୟୂରଭଞ୍ଜରୁ ୬, ନୟାଗଡ଼ରୁ ୩, ଢେଙ୍କାନାଳରୁ ୩, କଟକରୁ ୧୫, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୧୦, କନ୍ଧମାଳରୁ ୧୦, ଭଦ୍ରକରୁ ୧୧, ସମ୍ବଲପୁରରୁ ୧, ବଲାଙ୍ଗିରରୁ ୧, ସୁନ୍ଦରଗଡ଼ରୁ ୧୨, ନୂଆପଡ଼ାରୁ ୩, ପୁରୀରୁ ୭ ଓ କେନ୍ଦ୍ରାପଡ଼ାରୁ ଜଣେ ଚିହ୍ନଟ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୮୯୪ ଜଣ ସୁସ୍ଥ ହୋଇଥିବାବେଳେ ବାକି ୧୦୮୯ ଏବେ ବି ସକ୍ରିୟ ଅଛନ୍ତି ବୋଲି ସୂଚନା ରହିଛି।


















