ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୯୯୮୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୦୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ଦେଶରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୫୬ ହଜାର ୬୧୧ ରହିଛି। ସେଥିମଧ୍ୟରୁ ୧ ଲକ୍ଷ ୨୪ ହଜାର ୯୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ଏବେ ବି ୧ ଲକ୍ଷ ୨୫ ହଜାର ୩୮୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।
ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୭ ହଜାର ୧୩୫ ଜଣ ପ୍ରାଣ ହରାଇଥିବା ନେଇ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏଥିସହିତ ମହାରାଷ୍ଟ୍ର ଏବେ ବି ରାଜ୍ୟମାନଙ୍କ ତାଲିକାରେ ପ୍ରଥମରେ ଅଛି। ସେଠାରେ ମୋଟ ୮୫, ୯୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୩ ହଜାର ଟପିଛି। ସେହିଭଳି ଗୁଜରାଟରେ ୧୨୪୯, ଦିଲ୍ଲୀରେ ୭୬୧, ମଧ୍ୟପ୍ରଦେଶରେ ୪୧୨ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।


















