ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି କୋଭିଡ୍ ୧୯ ନିୟମ ଭାଙ୍ଗିଲେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ। ସୋମବାର ହଂସପାଳ ଓଭରବ୍ରିଜର ଶିଳାନ୍ୟାସ ସମୟରେ ଅପରାଜିତା ଏହି ନିୟମ ଭାଙ୍ଗିଥିବା ଦେଖିବାକୁ ମିଳିଛି।

ସୋମବାର ସାଂସଦ ଅପରାଜିତା ଷଡଙ୍ଗୀ ହଂସପାଳ ଓଭରବ୍ରିଜର ଶିଳାନ୍ୟାସ ପାଇଁ ଯାଇଥିଲେ। ତାଙ୍କ ସହ ବିଜେପିର ଅନେକ ସମର୍ଥକ ମଧ୍ୟ ରହିଥିଲେ। ହେଲେ ଶିଳାନ୍ୟାସ ସମୟରେ ଏତେ ଭିଡ଼ ଥିଲା ଯେ କେଉଁଠି ବି ସାମାଜିକ ଦୂରତା ଦେଖିବାକୁ ମିଳିନଥିଲା। ସାଂସଦଙ୍କ ଏଭଳି ନିୟମ ଭାଙ୍ଗିବାକୁ ନେଇ ସୋସିଆଲ୍ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଏହାପୂର୍ବରୁ ମଧ୍ୟ ଥରେ ସାଂସଦ ଅପରାଜିତା କୋଭିଡ୍ ୧୯ ନିୟମ ଭାଙ୍ଗିଥିଲେ। ଯେତେବେଳେ ଭୁବନେଶ୍ୱର ବିଜେପିର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ ଅପରାଜିତାକୁ ଦେଖାକରିବାକୁ ଯାଇଥିଲେ। ସେ ସମୟରେ ସାଂସଦ ଓ ବିଜେପି କର୍ମୀମାନେ ସାମାଜିକ ଦୂରତା ନିୟମ ଭାଙ୍ଗିଥିଲେ। ହେଲେ ସେତେବେଳେ ଅପରାଜିତା ନିୟମ ଭାଙ୍ଗିଥିବାରୁ ୧୦୦ ଟଙ୍କା ଫାଇନ୍ ଦେଇଛନ୍ତି ବୋଲି କହିଥିଲେ।

Comment