ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଅସୁସ୍ଥ ହୋଇପଡ଼ିଛନ୍ତି। କେଜରିଓ୍ଵାଲ ସାମାନ୍ୟ ଜ୍ଵର ଓ ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ସେଥିପାଇଁ ସେ ନିଜକୁ ଆଇସୋଲେସନରେ ରଖିଛନ୍ତି। ବର୍ତ୍ତମାନ ତାଙ୍କର କରୋନା ଟେଷ୍ଟ ହେବ ବୋଲି ସୂଚନା ମିଳିଛି।

ସେଥିପାଇଁ କେଜରିଓ୍ଵାଲ ରବିବାରଠାରୁ ସବୁ ବୈଠକ ବାତିଲ କରି ଦେଇଛନ୍ତି। ଏହାସହ କାହା ସହ ସାକ୍ଷାତ ମଧ୍ୟ କରିନାହାନ୍ତି। ବର୍ତ୍ତମାନ ସେ ତାଙ୍କ ଘରେ ଆଇସୋଲେସନରେ ରହିଛନ୍ତି।

ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଅରବିନ୍ଦ କେଜରିଓ୍ଵାଲ ଲୋକଙ୍କ ସହୟତା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ନିକଟରେ ଦିଲ୍ଲୀରେ ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଦିଲ୍ଲୀ ଲୋକଙ୍କ ଚିକିତ୍ସା କରାଯିବ ବୋଲି କେଜରିଓ୍ଵାଲ ସରକାର ଘୋଷଣା କରିଥିଲେ।

Comment