ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଥିବା ବିରାଶାଳ ଏୟାରଷ୍ଟ୍ରିପରେ ଦୁର୍ଘଟଣା। ସୋମବାର ସେଠାରେ ତାଲିମ ନେଉଥିବା ଏକ ଟ୍ରେନିଂ ବିମାନ ୧୦ ଫୁଟ ତଳକୁ ଖସିପଡ଼ିବା କାରଣରୁ ପାଇଲଟ ସମେତ ୨ ଜଣ ପ୍ରାଣ ହରାଇଛନ୍ତି।

କାମାକ୍ଷାନଗର ବିରାଶାଳଠାରେ ଥିବା ଏହି ସରକାରୀ ବିମାନ ପ୍ରଶିକ୍ଷଣ ସଂସ୍ଥାନରେ ଆଜି ସକାଳ ୬.୩୦ରେ ଏହି ଉଡ଼ାଣ କରାଯାଇଥିଲା। ହେଲେ ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିଲା। ତେଣୁ ଏଥିରେ ଥିବା ପାଇଲଟ ଓ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଥିଲେ।

ଏହାପରେ ଦୁହିଁଙ୍କୁ ସ୍ଥାନୀୟ ବିରାଶାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି। ତେବେ ଏହି ଦୁର୍ଘଟଣା କେମିତି ହେଲା କିମ୍ବା ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା କି ନାହିଁ ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ।

Comment