ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ୧୨ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଅଗ୍ନିଶମ ଡିଜି ଟୁଇଟ କରି ସୂଚନା ଦେଇଛନ୍ତି। କୋଲକାତାରୁ ବାତ୍ୟା ପୁନରୁଦ୍ଧାର ପାଇଁ ଯାଇ ଫେରିଥିଲେ।

ମଙ୍ଗଳବାର ୫୦ ଜଣ ଏନ୍‌ଡିଆର୍‌ଏଫ୍‌ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କଟକ ମୁଣ୍ଡଳୀସ୍ଥିତ ଏନଡିଆର୍‌ଏଫ୍‌ ୟୁନିଟରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୧୬୭ ଜଣ ଯବାନ ମୁଣ୍ଡଳି କ୍ୟାମ୍ପରୁ ଅମ୍ପନ ବାତ୍ୟା ବେଳେ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟାଇନରେ ରହିଥିଲେ। ଗତ ତିନି ଦିନ ତଳେ ଜଣଙ୍କର ନମୁନା ପଜିଟିଭ୍‌ ବାହାରିଥିବା ବେଳେ ଆଜି ୪୯ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ଏନଡିଆରଏଫ୍‌ ତରଫରୁ ସୂଚନା ମିଳିଛି।

Comment