ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ୍‌ ଅଫିସର ତୁହିନକାନ୍ତ ପାଣ୍ଡେଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ଜ୍ୱର ହେବାରୁ ସେ କରୋନା ପରୀକ୍ଷା କରିଥିଲେ। ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ।

୧୯୮୭ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ହେଉଛନ୍ତି ତୁହିକାନ୍ତ ପାଣ୍ଡେ। ସେ ଏବେ କେନ୍ଦ୍ର ସରକାରଙ୍କ ପୁଞ୍ଜି ବିନିବେଶ ସଚିବ ଦାୟିତ୍ୱରେ ଅଛନ୍ତି। ସେ ଓଡ଼ିଶାରେ ଅର୍ଥ ବିଭାଗର ସଚିବ ଥିଲେ।

ତୁହିନକାନ୍ତ କେମିତି କରୋନା ଆକ୍ରାନ୍ତ ହେଲେ ଏବଂ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହା କଣ୍ଟାକ୍ଟ ଟ୍ରେସିଂ ପରେ ଜଣାପଡ଼ିବ।

Comment