ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସନାତନ ରଥଙ୍କ ପରଲୋକ ଘଟିଛି। ମଙ୍ଗଳବାର କଟକସ୍ଥିତ କନିକା ଛକ ବାସଭବନରେ ସକାଳ ୧୦ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।

ଡାକ୍ତର ସନାତନ ରଥ ନ୍ୟୁରୋସର୍ଜନ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ଖୁବ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ଅନେକ ବିରଳ ଅପରେସନ କରି ସଫଳ ହୋଇଥିଲେ। ଏହାସହ ଓଡ଼ିଶାକୁ ସିଟି ସ୍କାନ ମେସିନ ତାଙ୍କ ଉଦ୍ୟମରେ ଆସିଥିଲା। କେବଳ ଚିକିତ୍ସା ନୁହେଁ ସେ ଅନେକ ସାମାଜିକ କାମରେ ମଧ୍ୟ ନିୟୋଜିତ ଥିଲେ।

ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଡାକ୍ତର ସନାତନ ରଥ ୧୯୭୬ ମସିହା ଜୁଲାଇ ମାସରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଶାରେ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବା ପରେ ପାଟନା ବିଶ୍ଵବିଦ୍ୟାଳରୁ ସର୍ଜରୀ ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ପରେ ୧୯୬୫ ମସିହାରେ କଟକ ଏସସିବି ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।

Comment