ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ଓଡ଼ିଶା ଟ୍ରାଇବାଲ୍ ଡେଭେଲପମେଣ୍ଟ ସୋସାଇଟି (OTDS) ଅଧୀନରେ ଟେକ୍ନିକାଲ ଏକ୍ସପର୍ଟ, ଜୁନିୟର ଇଞ୍ଜିନିୟର ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ୧୭ ତାରିଖରୁ ଆରମ୍ଭ ହେବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

ଯୋଗ୍ୟତା:

  • ଟେକ୍ନିକାଲ ଏକ୍ସପର୍ଟ (ଗୋଟିଏ ପଦବୀ)- ସୋସିଆଲ୍ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ବା ଏଚ୍.ଆରରେ ଏମ.ବି.ଏ ଡିଗ୍ରୀ ହାସଲ କରିଥିବେ।
  • ଷ୍ଟେଟ୍ ପ୍ରୋଗ୍ରାମ ମ୍ୟାନେଜର (ଗୋଟିଏ ପଦବୀ) – ସୋସିଆଲ୍ ଓ୍ୱାର୍କ/ସୋସିଓଲୋଜୀ/ଇକୋନୋମିକ୍ସ/କମର୍ସରେ ସ୍ନାତକୋତ୍ତର ଡିଗ୍ରୀ କରିଥିବେ ବା ରୁରାଲ୍ ମ୍ୟାନେଜମେଣ୍ଟରେ ଏମ୍.ବି.ଏ ବା ସ୍ନାତକୋତ୍ତର ଡିଗ୍ରୀ କରିଥିବେ।
  • ଜୁନିୟର ଇଞ୍ଜିନିୟର (ସିଭିଲ୍)- (ଗୋଟିଏ ପଦବୀ) – ସିଭଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ବା ବି.ଟେକ୍ କରିଥିବେ।
  • ସବଜେକ୍ଟ ମ୍ୟାଟର୍ ସ୍ପେଶିଆଲିଷ୍ଟ (ଏଗ୍ରିକଲଚର) – (୧୩ଟି ପଦବୀ) – ଏଗ୍ରିକଲଚର ବା ହର୍ଟିକଲଚରରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ। କିମ୍ବା ଏଗ୍ରିକଲଚର ଇଞ୍ଜିନିୟରିଂରେ ବି.ଟେକ୍ କରିଥିବେ।

ଇଣ୍ଟରଭ୍ୟୁ ସମୟ:

  • ଟେକ୍ନିକାଲ ଏକ୍ସପର୍ଟ- ଜୁନ୍ ୧୭ ସକାଳ ୧୦.୩୦ରୁ ୧୨ଯାଏଁ
  • ଷ୍ଟେଟ୍ ପ୍ରୋଗ୍ରାମ ମ୍ୟାନେଜର- ଜୁନ୍ ୧୮ ସକାଳ ୧୦.୩୦ରୁ ୧୨ ଯାଏଁ
  • ଜୁନିୟର ଇଞ୍ଜିନିୟର- ଜୁନ୍ ୧୯ ସକାଳ ୧୦.୩୦ରୁ ୧୨ ଯାଏଁ
  • ସବଜେକ୍ଟ ମ୍ୟାଟର୍ ସ୍ପେଶିଆଲିଷ୍ଟ- ଜୁନ୍ ୨୫ ସକାଳ ୧୦.୩୦ରୁ ୧୨ ଯାଏଁ

ଇଣ୍ଟରଭ୍ୟୁ ସ୍ଥାନ- OTDS, କନଫେରେନ୍ସ ହଲ୍, ଆଦିବାସୀ ଏକ୍ସିବିସନ୍ ଗ୍ରାଉଣ୍ଡ, ୟୁନିଟ୍-1, ଭୁବନେଶ୍ୱର

ଏହି ନିଯୁକ୍ତି ସମ୍ବନ୍ଧୀୟ ଅନ୍ୟ ସମସ୍ତ ସୂଚନା ପାଇଁ otds.inରେ କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here