ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଗୁରୁବାର ରାଜ୍ୟରେ ଆଉ ୧୩୬ ଜଣ କରୋନା ସଂକ୍ରମିତ ହେବା ସହିତ ମୋଟ ପଜିଟିଭ୍ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି।

ଗୁରୁବାର ଚିହ୍ନଟ ହୋଇଥିବା ୧୩୬ ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଓ ବାକି ୨ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି। ସେହିଭଳି ଏହା ମଧ୍ୟରେ ୫୪ ଜଣ ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସାମିଲ ଥିବା ସୂଚନା ମିଳିଛି। ଏହି କର୍ମଚାରୀମାନେ ନିକଟରେ ଅମ୍ପାନ ମହାବାତ୍ୟା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରୁ ଆସିବା ପରେ ସେମାନେ ପଜିଟିଭ୍ ଥିବା ଜଣାପଡ଼ିଛି।

ସେହିଭଳି ଜିଲ୍ଲାମାନଙ୍କ ଭିତରେ ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୮, ଝାରସୁଗୁଡ଼ାରୁ ୪, ଢେଙ୍କାନାଳରୁ ୩, କଟକରୁ ୭, କେନ୍ଦ୍ରାପଡ଼ାରୁ ୧, ନୂଆପଡ଼ାରୁ ୨, ଗଜପତିରୁ ୭, କନ୍ଧମାଳରୁ ୧୫, କଳାହାଣ୍ଡିରୁ ୨, ଗଞ୍ଜାମରୁ ୩, ପୁରୀରୁ ୩, ମୟୂରଭଞ୍ଜରୁ ୯ ଓ ସମ୍ବଲପୁରରୁ ଜଣେ ସଂକ୍ରମିତ ଜଣାପଡ଼ିଛନ୍ତି।

ରାଜ୍ୟରେ ଏଥିସହ ମୋଟ ପଜିଟିଭ୍ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୨୮୨ ଜଣ ସୁସ୍ଥ ହୋଇଥିବାବେଳେ ବାକି ୧୦୯୨ ଜଣ ଏବେ ବି ସକ୍ରିୟ ଅଛନ୍ତି।

Comment