ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀର ଜନପଥରେ ଥିବା ଅମ୍ବର ସୋ’ରୁମକୁ ସିଲ୍ କରିଛି ବିଏମସି। ସେଠାରେ ଲୋକମାନେ କୋଭିଡ୍ ନିୟମ ଉଲ୍ଲଘଂନ କରିଥିବାରୁ ବିଏମସି ଏଭଳି ପଦକ୍ଷେପ ଗ୍ରହଣ କରିଛି।
ରଜ ପାଇଁ ଆଜି ଭୁବନେଶ୍ୱରର ଅମ୍ବର ସୋ’ରୁମରେ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲା। ଫଳରେ ଲୋକମାନେ କୋଭିଡ୍ ୧୯ ନିୟମ ଉଲ୍ଲଘଂନ କରି ଜିନିଷ ପତ୍ର କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା। ଏହି କାରଣରୁ ବିଏମସି ସେଠାରେ ପହଞ୍ଚି ଏହାକୁ ସିଲ୍ କରିଛି।

ସେହିପରି ରବି ଟକିଜ୍ ନିକଟରେ ଥିବା ଭାଇ ଭାଇ ଟିଫିନ୍ ସେଣ୍ଟର, ଏକାମ୍ର ରୋଡ୍ ପାଖରେ ଥିବା ଓମଫେଡ୍ ବୁଥକୁ ମଧ୍ୟ ବିଏମସି ସିଲ୍ କରିଛି। ସେଠାରେ ଲୋକମାନେ କୋଭିଡ୍ ୧୯ ନିୟମ ଉଲ୍ଲଘଂନ କରି ଜଳଖିଆ ଖାଇବା ସହିତ ଜିନିଷ କିଣୁଥିଲେ ବୋଲି ବିଏମସି ତରଫରୁ ସୂଚନା ମିଳିଛି।

Comment