ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର  ନୂଆ ବିଚାରପତି ଭାବେ ଶପଥ ନେଲେ ସାବିତ୍ରୀ ରଥ। ଗୁରୁବାର ତାଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

କରୋନା କାରଣରୁ ଆଜି ଓଡ଼ିଶା ହାଇକୋର୍ଟର ନୂତନ ବିଲ୍ଡିଂରେ ଥିବା ସମ୍ମିଳନୀ କକ୍ଷରେ ଏହି ଶପଥପାଠ କରାଯାଇଥିଲା। ଅତ୍ୟନ୍ତ ନିରାଡମ୍ବର ଭାବେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। କୋଭିଡ୍ ଗାଇଡଲାଇନ୍ ନିୟମ ପାଳନ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମରେ ହାତଗଣତି କେତେଜଣ ଅତିଥି ଉପସ୍ଥିତ ଥିଲେ।

ମଙ୍ଗଳବାର ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ଦେବାକୁ କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେଣୁ ଆଜି ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

Comment