ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଶୁକ୍ରବାର ଆଉ ୧୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ପୁରୀ ଜିଲ୍ଲାରୁ ୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଝାରସୁଗୁଡ଼ାରୁ ୨, ମାଲକାନଗିରିରୁ ୩, କେନ୍ଦୁଝରରୁ ୫, ଯାଜପୁରରୁ ୩, ଖୋର୍ଦ୍ଧାରୁ ୮, ଅନୁଗୁଳରୁ ୬, ଦେବଗଡ଼ରୁ ୨, କଟକରୁ ୩, ଗଞ୍ଜାମରୁ ୬, ସୁନ୍ଦରଗଡ଼ ୪, ବୌଦ୍ଧରୁ ୩, ଗଜପତିରୁ ୫, ସମ୍ବଲପୁରରୁ ୫, ବଲାଙ୍ଗିରରୁ ୫, ମୟୂରଭଞ୍ଜରୁ ୭, ବାଲେଶ୍ୱରରୁ ୫, ନୟାଗଡ଼ରୁ ୪ ଏବଂ ଏନଡିଆରଏଫ୍,ଓଡ୍ରାଫ୍ ଓ ଅଗ୍ନିଶମରର ୨୧ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ତାଙ୍କର ବୟସ ୫୫ ବର୍ଷ ବୋଲି ଜଣାପଡ଼ିଛି। ରାଜ୍ୟରେ ଏବେ ସୁଦ୍ଧା ମୋଟ ୩୪୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୨୩୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୧୦ ଜଣ ପ୍ରାଣ ହରାଇଥିବାବେଳେ ଏବେ ବି ୧୧୩୧ ଜଣ ଆକ୍ଟିଭ୍ ଅଛନ୍ତି।

Comment