ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଗୋଟିଏ ଦିନରେ ଦେଶରେ ଚିହ୍ନଟ ହେଲେ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ। ଫଳରେ ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ପାଖାପାଖି ୩ ଲକ୍ଷରେ ପହଞ୍ଚିଛି।
ଶୁକ୍ରବାର ଗୋଟିଏ ଦିନରେ ଦେଶରେ ୧୦,୯୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗୋଟିଏ ଦିନରେ ଦେଶରେ ୩୯୬ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧ ଲକ୍ଷ ୪୭ ହଜାର ୧୯୫ ଜଣ ସୁସ୍ଥ ହୋଇଥିବାବେଳେ ୧ ଲକ୍ଷ ୪୧ ହଜାର ୮୪୨ ଜଣ ଏବେ ବି ସକ୍ରିୟ ଅଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୮ ହଜାର ୪୯୮ ଜଣ ଲୋକ କରୋନାରେ ପ୍ରାଣ ହରାଇସାରିଲେଣି ବୋଲି ସୂଚନା ରହିଛି।
ବିଶ୍ୱତାଲିକାରେ ଏବେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଭାରତ ଉପରକୁ କେବଳ ଆମେରିକା, ବ୍ରାଜିଲ୍ ଓ ରୁଷିଆ ରହିଛନ୍ତି। ସେହିପରି ରାଜ୍ୟମାନଙ୍କର ତାଲିକାରେ ମହାରାଷ୍ଟ୍ର ସବୁଠୁ ଉପରେ ରହିଛି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩୫୯୦କୁ ବୃଦ୍ଧି ପାଇଛି।


















