ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଗୋଟିଏ ଦିନରେ ଦେଶରେ ସର୍ବାଧିକ ୧୧ ହଜାର ୪୫୮ ଜଣ ଲୋକ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଫଳରେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି।

ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩ ଲକ୍ଷ ୮ ହଜାର ୯୯୩। ସେଥିମଧ୍ୟରୁ ୧ ଲକ୍ଷ ୫୪ ହଜାର ୩୩୦ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୮ ହଜାର ୮୮୪ ଜଣ ପ୍ରାଣ ହରାଇସାରିଲେଣି। ଦେଶରେ ଏବେ ବି ୧ ଲକ୍ଷ ୪୫ ହଜାର ୭୭୯ ଜଣ ଆକ୍ରାନ୍ତ ସକ୍ରିୟ ଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସବୁଠୁ ଉପରେ ରହିଛି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବାବେଳେ ୩୭୧୭ ଜଣ ପ୍ରାଣ ହରାଇସାରିଲେଣି। ସେହିପରି ଗୁଜରାଟରେ ୧୪୧୫, ଦିଲ୍ଲୀରେ ୧୨୧୪ ଓ ପଶ୍ଚିମବଙ୍ଗରେ ୪୫୧ ଜଣ ଲୋକ କରୋନାରେ ପ୍ରାଣ ହରାଇସାରିଲେଣି।

Comment