ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଶନିବାର ଆଉ ୨୨୫ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭ ଶହ ପାର୍ କରିଛି।

ଶନିବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କଟକ ଜିଲ୍ଲାରୁ ୯୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପରୁରୁ ୧୩, ଖୋର୍ଦ୍ଧାରୁ ୧୯, ନୟାଗଡ଼ରୁ ୭, ଢେଙ୍କାନାଳରୁ ୭, ବାଲେଶ୍ୱରରୁ ୨, ଅନୁଗୁଳରୁ ୧, ଭଦ୍ରକରୁ ୫, କଳାହାଣ୍ଡିରୁ ୩, କନ୍ଧମାଳରୁ ୧୫, ଗଞ୍ଜାମରୁ ୨୦, ସୁନ୍ଦରଗଡ଼ରୁ ୧, ପୁରୀରୁ ୧୫, ବଲାଙ୍ଗିରରୁ ୧୨, କେନ୍ଦ୍ରାପଡ଼ାରୁ ୪ ଏବଂ ମୟୂରଭଞ୍ଜରୁ ୯ ଜଣ ଚିହ୍ନଟ ହୋଇଛନ୍ତି।

ଗତକାଲି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ବାକି ୨୯ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୪୭୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ବାକି ୧୨୩୬ ଜଣ ଏବେ ବି ସକ୍ରିୟ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

Comment