ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ପୁଣି ବଢ଼ିଲା କରୋନା। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ସେମାନଙ୍କ ଭିତରୁ ୧୪ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ବାକି ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି।
ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତମାନେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ ଭୁବନେଶ୍ୱରର ଶ୍ରୀବିହାର ସମେତ, ଜୟଦେବ ବିହାର, ୟୁନିଟ୍ ୪, ଶାସ୍ତ୍ରୀ ନଗର, ଡୁମୁଡୁମା, କଳିଙ୍ଗ ବିହାର, ସତ୍ୟ ନଗର, ନୟାପଲ୍ଲୀ, ରସୁଲଗଡ଼, ଯଦୁପୁର ଆଦି ଅଞ୍ଚଳ ସାମିଲ୍ ଅଛି। ଏହି ସବୁ ଅଞ୍ଚଳରୁ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସେହିଭଳି ଭୁବନେଶ୍ୱରର ପଳାଶୁଣୀ ଅଞ୍ଚଳର କପିଳେଶ୍ୱର ବିହାରରୁ ଏବଂ ଜଣେ ଘରୋଇ ହସ୍ପିଟାଲରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏଥିସହ ରାଜଧାନୀର ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜଧାନୀରେ ୫୮ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ବିଏମସି ସୂଚନା ଦେଇଛି।


















