ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ରବିବାର ରାଜ୍ୟରେ ଆଉ ୧୮୬ ଜଣ ଲୋକ କରୋନା ସଂକ୍ରମିତ ହେବା ସହିତ ମୋଟ ପଜିଟିଭ୍ ସଂଖ୍ୟା ୩୯ ଶହ ଟପିଛି।

ଆଜି ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କନ୍ଧମାଳ ଜିଲ୍ଲାରୁ ୨୨ ଜଣ ରହିଛନ୍ତି। ସେହିପରି ଝାରସୁଗୁଡାରୁ ୨, କେନ୍ଦୁଝରରୁ ୧୧, ଯାଜପୁରରୁ ୧୨, ମାଲକାନଗିରିରୁ ୧, କଟକରୁ ୧୨, ଜଗତସିଂହପୁରରୁ ୧୧, ଅନୁଗୁଳରୁ ୧, ଢେଙ୍କାନାଳରୁ ୨, ଭଦ୍ରକରୁ ୧, ଗଜପତିରୁ ୧୫, ବରଗଡ଼ରୁ ୧୬, ଖୋର୍ଦ୍ଧାରୁ ୨୧ , କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୪, ପୁରୀରୁ ୭, ସୁନ୍ଦରଗଡ଼ରୁ ୩, ବଲାଙ୍ଗିରରୁ ୨, ମୟୂରଭଞ୍ଜରୁ ୧୪, କେନ୍ଦ୍ରାପଡ଼ାରୁ ୧ ଏବଂ ୧୩ ଜଣ ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀ ସାମିଲ ଅଛନ୍ତି।

ଏଥିସହ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ବାକି ୧୫ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛନ୍ତି।

ଏଥିସହ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୧୩୦୧ ଜଣ ସକ୍ରିୟ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment