ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଆଜି ରଜର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଏହି ଗଣପର୍ବର ଆଜି ଦ୍ଵିତୀୟ ଦିନ। ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ଥିବାରୁ ଭଗବାନଙ୍କ ଦର୍ଶନ କରିପାରିନାହାନ୍ତି ଭକ୍ତ।  ସେପଟେ ସକାଳୁ ସକାଳୁ ବର୍ଷା ବି ରଜ ଉତ୍ସାହକୁ ଫିକା ପକେଇଛି। ଘରେ ଘରେ ରଜ ପାଳିତ ହେଉଥିଲେ ମଧ୍ୟ ପୂର୍ବ ଭଳି ମଜା ନାହିଁ।

ଯଦି କରୋନା ଭଳି ଏକ ବିପଦ ଆଜି ନଥାନ୍ତା ତେବେ  ଗାଁରୁ ସହର ସବୁଠି ଧୁମଧାମ୍‌ରେ ପାଳନ ହେଉଥାନ୍ତା ରଜ। ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳୁଥାନ୍ତେ।

ପହିଲି ରଜ ମଧ୍ୟ ସେହିଭଳି ବିତିଛି। ଝିଅମାନେ ଘରେ ସଜବାଜ ହୋଇ, ପିଠା ଖାଇ ରଜ ପାଳନ କରିଛନ୍ତି

Comment