ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବଢ଼ିଲା କରୋନା ପଜିଟିଭ୍ ସଂଖ୍ୟା। ମଙ୍ଗଳବାର ରାଜ୍ୟରେ ଆଉ ୧୦୮ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଶହ ଉପରେ ପହଞ୍ଚିଛି।

ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ମାଲକାନଗିରି ଜିଲ୍ଲାରୁ ୨୧ ଜଣ ରହିଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାରୁ ୫, ଖୋର୍ଦ୍ଧାରୁ ୭, କେନ୍ଦ୍ରାପଡ଼ାରୁ ୯, ଅନୁଗୁଳରୁ ୧, ବାଲେଶ୍ୱରରୁ ୪, କଟକରୁ ୧, ଜଗତସିଂହପୁରରୁ ୯, ଗଞ୍ଜାମରୁ ୮, ପୁରୀରୁ ୧୫, ଗଜପତିରୁ ୭, ସୁନ୍ଦରଗଡ଼ରୁ ୨  ଏବଂ କଳାହାଣ୍ଡି, ବରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୬ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ୯୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହେବା ସହିତ ବାକି ୧୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି।

ରାଜ୍ୟରେ ଏହାକୁ ମିଶାଇ ମୋଟ୍ ପଜିଟିଭ୍ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୧୨୯୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment