ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ଆହୁରି ୧୦ ହଜାରରୁ ଅଧିକ ବଢ଼ିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩୮୦ ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ ଗତକାଲି ଦେଶରେ ଆଉ ୧୦ ହଜାର ୬୬୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି କରୋନାରେ ଆଉ ୩୮୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାନେଇ ସୂଚନା ମିଳିଛି।
ଏହାକୁ ମିଶାଇ ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୪୩ ହଜାର ୯୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧ ଲକ୍ଷ ୮୦ ହଜାର ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୯୯୦୦ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ଦେଶରେ ୧ ଲକ୍ଷ ୫୩ ହଜାର ୧୭୮ ଜଣ ଲୋକ କରୋନାରେ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ରାଜ୍ୟମାନଙ୍କ ତୁଳନାରେ ମହାରାଷ୍ଟ୍ର କରୋନା ସଂକ୍ରମଣରେ ସବୁଠୁ ଉପରେ ରହିଛି। ସେଠାରେ ୧ ଲକ୍ଷ ୧୦ ହଜାର ୭୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪୧୨୮ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିଭଳି ଗୁଜରାଟରେ ୧୫୦୫ ଜଣ, ଦିଲ୍ଲୀରେ ୧୪୦୦ ଓ ପଶ୍ଚିମବଙ୍ଗରେ ୪୮୫ ଜଣ ପ୍ରାଣ ହରାଇଛନ୍ତି।


















