ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- ଆଜି ଆଉ ୧୭୪ ନୂଆ ପଜିଟିଭ୍ ଚିହ୍ନଟ
- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬ ଜଣ ସଂକ୍ରମିତ ଚିହ୍ନଟ।
- ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଆଜି ୧୭୪ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫ ଶହ ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୫୬ ଜଣ ରହିଛନ୍ତି। ସେହିପରି କେନ୍ଦୁଝରରୁ ୫, ଯାଜପୁରରୁ ୯, ନବରଙ୍ଗପୁରରୁ ୭, ଖୋର୍ଦ୍ଧାରୁ ୧୦,କୋରାପୁଟରୁ ୬, ମାଲକାନଗିରିରୁ ୧, ବାଲେଶ୍ୱରରୁ ୩୪, କଳାହାଣ୍ଡିରୁ ୬, ନୂଆପଡ଼ାରୁ ୧, କନ୍ଧମାଳରୁ ୩, ଭଦ୍ରକରୁ ୩, ବୌଦ୍ଧରୁ ୨, ପୁରୀରୁ ୧୬, ସୁନ୍ଦରଗଡ଼ରୁ ୩, କେନ୍ଦ୍ରାପଡ଼ାରୁ ୭, ବରଗଡ଼ରୁ ୪, ବଲାଙ୍ଗିରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୮ ଜଣ ଲୋକାଲ୍ ଲୋକ ଅଛନ୍ତି। ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୫୧୨ ବୃଦ୍ଧି ଘଟିଛି। ସେଥିମଧ୍ୟରୁ ୩୦୪୭ ଜଣ ସୁସ୍ଥ ହୋଇଥିବାବେଳେ ବାକି ୧୪୫୧ ଜଣ ଏବେ ବି ସକ୍ରିୟ ଅଛନ୍ତି।


















