ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଜି ପୁଣି ଭୁବନେଶ୍ୱରରେ ବଢ଼ିଲେ କରୋନା ସଂକ୍ରମିତଙ୍କ ସଂଖ୍ୟା। ନୂଆକରି ୯ ଜଣ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗର ଟୁଇଟ କରି ସୂଚନା ଦେଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହେବା ସହିତ ୩ ଜଣ କରୋନା ଯୋଦ୍ଧା ମଧ୍ୟ ପଜିଟିଭ୍ ହୋଇଛନ୍ତି। ଏଥିସହ ୨ ଜଣ ସ୍ଥାନୀୟ ଲୋକ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।
ଭୁବନେଶ୍ୱରର ଏକ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରୁଥିବା ୩ ଜଣ କରୋନା ଯୋଦ୍ଧା ପଜିଟିଭ୍ ଥିବା ନେଇ ବିଏମସି ସୂଚନା ଦେଇଛି। ସେହିପରି ଗାଢ଼କଣ ଅଞ୍ଚଳର ଜଣେ ୫୩ ବର୍ଷୀୟ ପୁରୁଷ ଓ ୧୪ ବର୍ଷୀୟ ଯୁବକ ମଧ୍ୟ ପଜିଟିଭ୍ ଥିବା ଜଣାପଡ଼ିଛି। ଅନ୍ୟପଟେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଭୀମପୁର, ୟୁନିଟ୍-୬ ଓ ସାଲିଆସାହି ବସ୍ତିର ନିରଙ୍କାରୀ ନଗରରୁ ମଧ୍ୟ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜଧାନୀର ମୋଟ ପଜିଟିଭ୍ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୨ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ବାକି ୭୨ ଜଣ ଆକ୍ରାନ୍ତ ଏବେ ବି ରାଜଧାନୀରେ ସକ୍ରିୟ ଅଛନ୍ତି ବୋଲି ବିଏମସି ସୂଚନା ଦେଇଛି।


















